ଅର୍ଗସ ବ୍ୟୁରୋ: ସ୍ୱର ବଦଳାଇଲେ ଦିଦି। ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏର ସ୍ଥିତି ମଜଭୁତ ହେବାରେ ଲାଗିଛି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରାଜନୈତିକ ଦଳଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ସବୁରି ମହଲରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ମିଳୁଛି। ଏହି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜ ସ୍ୱର ବଦଳାଇଛନ୍ତି। ବିଜେପି ଘୋର ବିଦ୍ରୋହୀ ଭାବେ ପରିଚିତ ମମତା ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ବିଜୟୀ ହେବେ ବୋଲି କହିଛନ୍ତି। ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବାକୁ ନେଇ ବିଜେପି ପୂର୍ବରୁ ଜଣାଇଥିଲେ ବିରୋଧୀ ମିଳିତ ପ୍ରାର୍ଥୀତ୍ୱ ବିଷୟରେ ବିଚାର କରିଥାନ୍ତେ। ସମସ୍ତଙ୍କ ସହମତି ଥିବା ପ୍ରାର୍ଥୀ ଦେଶ ପାଇଁ ସର୍ବଦା ଭଲ ହୋଇଥାନ୍ତି ବୋଲି ଦିଦି କହିଛନ୍ତି।
ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ନେତା ସୁଖବୀର ସିଂହ ବାଦଲ ଏବଂ ଜନତା ଦଳ ସେକ୍ୟୁଲାରର ନେତା ଏଚଡି ଦେୋବଗୌଡା ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି। ବାଦଲ ଶୁକ୍ରବାର କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଆଲୋଚନା କରିବା ପରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଶୁକ୍ରବାର କୋଲକାତା ସ୍ଥିତ ଇସ୍କନ ମନ୍ଦିରରେ ରଥଯାତ୍ରା କାର୍ଯ୍ୟକ୍ରମକୁ ଉଦଘାଟନ କରି ଦିଦି ଏହି ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ନେତୃତ୍ୱ ନେଉଥିବା ମମତା ସାମ୍ୱାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ମହାରାଷ୍ଟ୍ର ଘଟଣା ପରେ ଦ୍ରୌପଦୀ ମୁର୍ମୁ ବିଜୟର ଅଧିକ ସମ୍ଭାବନା ରହିଛି।