ଅର୍ଗସ ବ୍ୟୁରୋ: କୋରୋନା ଭାଇରସ୍କୁ ନେଇ ସାରା ଦେଶରେ 29ଟି ମାମଲା ସାମ୍ନାକୁ ଆସିଛି । ଯାହା ଫଳରେ ସରକାର ଏବେ ତତ୍ପର ହୋଇ ଉଠିଛନ୍ତି । ବିଶେଷ କରି ବିଦେଶରୁ ଆସୁଥିବା ନାଗରିକମାନଙ୍କୁ ସ୍କ୍ରିନିଂ କରାଯାଉଛି । ଏହାଦ୍ୱାରା କୋରୋନା ସଂକ୍ରମଣକୁ ରୋକା ଯାଇପାରିବ ବୋଲି ଆଶା ରହିଛି । ବୁଧବାର କୋରୋନା ଭାଇରସ୍ ଆକ୍ରାନ୍ତ ନେଇ ଆଗ୍ରା ଓ ନୋଏଡାର କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିଲା । ତେଣୁ ଆଗ୍ରାରେ ଲୋକ ଅଧିକ ସତର୍କ ହୋଇଛନ୍ତି ।
ଉତ୍ତରପ୍ରଦେଶର ଆଗ୍ରାରେ ପର୍ଯ୍ୟଟକମାନଙ୍କର ଯାଞ୍ଚ ଆରମ୍ଭ ହୋଇଯାଇଛି । ତାଜମହଲକୁ ବୁଲିବା ପାଇଁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ଥର୍ମାଲ ଗନ୍ ମାଧ୍ୟମରେ ପରୀକ୍ଷା କରାଯାଇ ସେମାନଙ୍କୁ ଭିତରକୁ ବୁଲିବାକୁ ଛଡ଼ାଯାଉଛି । ଏହାଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି ଆଶା ରହିଛି ।
ସୂଚନାଯୋଗ୍ୟ ଭାରତରେ ଏବେ ଦ୍ରୁତ ଗତିରେ କୋରୋନା ସଂକ୍ରମଣଙ୍କ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସବୁଠାରୁ ଅଧିକ ପ୍ରଭାବ ପର୍ଯ୍ୟଟନ ଉପରେ ପଡ଼ୁଥିବା ଦେଖାଯାଇଛି । ତେଣୁ ତାଜମହଲ ନିକଟରେ ଏକ ଥର୍ମାଲ ଗନ୍ ରଖାଯାଇଛି । ଯେକୌଣସି ଟୁରିଷ୍ଟ ସେଠାକୁ ଭ୍ରମଣ କରିବାକୁ ଆସୁଛନ୍ତି ସେମାନଙ୍କୁ ଏହା ସାହାଯ୍ୟରେ ଯାଞ୍ଚ କରାଯାଉଛି । ପୂର୍ବରୁ ଦେଶର ପ୍ରତ୍ୟେକ ଆନ୍ତର୍ଜାତୀୟ ଏୟାରପୋର୍ଟ ଓ ବନ୍ଦର ଗୁଡ଼ିକରେ ଥର୍ମାଲ ଇମେଜିନାରୀ ଉପକରଣ ଦ୍ୱାରା ଯାଞ୍ଚ କରାଯାଉଛି । ଏଠାରେ ଏକ୍ସପର୍ଟ ଟିମ୍ ଦ୍ୱାରା ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରାଯାଉଛି । ବିଶେଷକରି ଚୀନ୍, ଇଂଲଣ୍ଡ ହଙ୍ଗକଙ୍ଗ୍, ସିଙ୍ଗାପୁର, ଜାପାନ ଓ କୋରିଆ ଭଳି ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ବିଶେଷ ନଜର ରଖାଯାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ ଥର୍ମାଲ ଗନ୍ ସ୍କ୍ରିନିଂ ସାହାଯ୍ୟରେ କୋରୋନା ଭାଇରସ୍ ଆକ୍ରାନ୍ତ ସମେତ ଓ ଅନ୍ୟ ରୋଗମାନଙ୍କର ମଧ୍ୟ ଚିହ୍ନଟ କରାଯାଇପାରିବ ।
ତେବେ ବିଭିନ୍ନ ଇ-କମର୍ସ ଓ୍ୱେବ୍ସାଇଟ୍ରେ ଏହି ଥର୍ମୋମିଟର ଗନ୍ ଉପଲବ୍ଧ ରହିଛି । ଯାହାର ମୂଲ୍ୟ 3000 ଟଙ୍କାରୁ ଆରମ୍ଭ କରି 50 ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ସାଧାରଣ ଲୋକ ଘରେ ବସି ଏହି ଥର୍ମୋମିଟର ଗନ୍ ମଗେଇପାରିବେ । କିନ୍ତୁ କୁହାଯାଉଛି ଯେ, ସ୍କ୍ରିନଂ ସମୟରେ ଏକ୍ସପର୍ଟଙ୍କ ଆବଶ୍ୟକତା ରହିଛି ।
ଥର୍ମାଲ ଗନ୍ରୁ ବାହାରୁ ଥିବା ଲାଇଟ୍ରେ ସାଧାରଣତଃ କୌଣସି ସାଇଡ୍ ଇଫେକ୍ଟ ନଥାଏ । ଥର୍ମାଲଗନ୍କୁ ମଥା ପାଖକୁ ନେଇ ତାପମାତ୍ରା ମାପ କରାଯାଇଥାଏ । ଯାହା ଦ୍ୱାରା ସୁସ୍ଥ ବ୍ୟକ୍ତି ଓ ରୋଗିଙ୍କ ମଧ୍ୟରେ ଥିବା ତାପମାତ୍ରା ଜଣାପଡ଼ିଥାଏ । ଏହି ତାପମାତ୍ରାକୁ ଲକ୍ଷ କରି ରୋଗୀକୁ ଚିହ୍ନଟ କରାଯାଇଥାଏ । ଏକ୍ସପର୍ଟଙ୍କ କହିବାନୁଯାୟୀ ସାଧାରଣ ସୁସ୍ଥ ବ୍ୟକ୍ତି ତୁଳନାରେ କୋରୋନା ପୀଡ଼ିତଙ୍କ ଶରୀରର ତାପମାତ୍ରା ଅଧିକ ରହିଥାଏ । ପ୍ରାଥମିକ ସ୍ତରରେ ଗନ୍ ଦ୍ୱାରା ରୋଗୀର ଚିହ୍ନଟ କରାଯିବା ପରେ, ରୋଗୀଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଥାଏ ।
ଥର୍ମାଲ ଗନ୍ ଏକ ଇନ୍ଫ୍ରାରେଡ୍ କ୍ୟାମେରା ଭଳି କାମ କରିଥାଏ । ସ୍କ୍ରିନିଂ ସମୟରେ ବ୍ୟକ୍ତିର ଶରୀର ମଧ୍ୟରେ ଥିବା ଭୁତାଣୁ ଇନ୍ଫ୍ରାରେଡ୍ ଫଟୋରେ ଦେଖାଯାଇଥାଏ । ଭୂତାଣୁଙ୍କ ସଂଖ୍ୟା ଅଧିକ ଥିଲେ ବ୍ୟକ୍ତି ଶରୀରର ତାପମାତ୍ର ଅଧିକ ରହିଥାଏ ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: