'ସିଡିସି' କହିଛି ଯେ, କୌଣସି ଆକ୍ରାନ୍ତ ବ୍ୟକ୍ତି ଗୋଟିଏ କୋଠରିରେ ୧୫ ମିନିଟ୍ରୁ ଅଧିକ ସମୟ ରହିଲେ ସେ କୋଠରିରେ ଥିବା ବାୟୁରେ ଅସୁମାରି ଭୂତାଣୁ ଭରିହୋଇ ଯାଆନ୍ତି। ସେହି ସମୟରେ ଛଅ ଫୁଟ୍ ଦୂରରେ ଥିବା ଯଦି କୌଣସି ସୁସ୍ଥ ବ୍ୟକ୍ତି ଉକ୍ତ କୋଠରିର ବାୟୁକୁ ଆଘ୍ରାଣ କରନ୍ତି, ସେ ମଧ୍ୟ କୋଭିଡ୍-୧୯ ସଂକ୍ରମିତ ହୋଇଯିବେ । ସଂକ୍ରମଣ ଉତ୍ସ ବା ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରଶ୍ବାସ ବାୟୁ, କାଶ ଓ ଛିଙ୍କରେ ବାହାରୁ ଥିବା 'ସାର୍ସ-କୋଭ୍-୨' ବାୟୁମଣ୍ଡଳରେ ମିଶିଯାଇ ଘଟଣାସ୍ଥଳରୁ ୬ ଫୁଟ୍ରୁ ଅଧିକ ଦୂରରେ ଥିବା ବ୍ୟକ୍ତିମାନଙ୍କୁ ସଂକ୍ରମିତ କରୁଛି।
୨୦୨୧ ମେ ୭ ତାରିଖ ସୁଦ୍ଧା 'ସିଡିସି' ଉକ୍ତ ଗାଇଡ୍ଲାଇନ୍ରେ ୩ଟି ନୂଆ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଅନ୍ତର୍ଭୁକ୍ତ କରିଛି। ସେଥିରୁ ଗୋଟିଏରେ ଉଲ୍ଲେଖ ଅଛି ଯେ, 'ସାର୍ସ-କୋଭ୍-୨' ବାୟୁଦ୍ବାରା ବିସ୍ତାରିତ ହୋଇପାରୁଛି।