କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୮୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୮୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୮୨,୭୧୯ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ଗୋଟିଏ ମାତ୍ର ମୃତ୍ୟୁ ରେକର୍ଡ କରାଯାଇଛି । ଏବେ ଦେଶରେ ସୁସ୍ଥତା ହାର ୯୮.୮୧% ରହିଛି ।
ଦେଶରେ ହ୍ରାସ ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣ ସଂଖ୍ୟା

ଅର୍ଗସ ବ୍ୟୁରୋ : ଦେଶରେ ହ୍ରାସ ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣ ସଂଖ୍ୟା । ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୮୦ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ୧,୮୪୮ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। ୨୦୨୦ ମାର୍ଚ ପରଠାରୁ ନୂତନ ସଂକ୍ରମଣ ସଂଖ୍ୟା ଆଜି ସର୍ବନିମ୍ନ ଥିବାର କୁହାଯାଇଛି ।
Download Argus News App
