କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୪ମୃତ୍ୟୁ ରେକର୍ଡ କରାଯାଇଛି। ସେପଟେ ଚେନ୍ନାଇ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନରେ କରୋନାର ନୂଆ ୫୫ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍ ଶନିବାର ଏଠାରେ ରାଜ୍ୟ ଟିକାକରଣ କେନ୍ଦ୍ର ଗସ୍ତ କରିଛନ୍ତି ଓ କହିଛନ୍ତି- ଚିନ୍ତାର କିଛି କାରଣ ନାହିଁ। ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ରାଧାକ୍ରିଷ୍ଣନ୍ କହିଛନ୍ତି, ଏବେ ଯାଏଁ ୧୪୨୦ ଲୋକଙ୍କ ମଧ୍ୟରୁ ୫୫ ଜଣଙ୍କୁ ଆଇସୋଲେଟ୍ କରାଯାଇଛି। ସମସ୍ତ ୫୫ ଜଣଙ୍କ ଶରୀରରେ କରୋନାର ଲକ୍ଷଣ ସ୍ଥିର ଅଛି। ବିପଦର କୌଣସି ଆଶଙ୍କା ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ସେପଟେ କୋଭିଡ ସ୍ଥିତିକୁ ନେଇ ଏପ୍ରିଲ ୨୭ ତାରିଖ ଦିନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭିଡିଓ କନଫରେନସିଂ ମାଧ୍ୟମରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ କୋଭିଡ୍ ସ୍ଥିତି ନେଇ ଆଲୋଚନା କରିବେ । କେନ୍ଦ୍ର ସ୍ଵସସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ଆଲୋଚନା ସମୟରେ ଦେଶରେ କୋଭିଡ ସ୍ଥିତି ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି।