ଭାରତ ବାୟୋଟେକ ପକ୍ଷରୁ ଏହି ନାଜାଲ ଭ୍ୟାକ୍ସିନକୁ ବିକଶିତ କରାଯାଇଛି । ଏହାର ନାମ ରହିଛି iNCOVACC । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏହି ଟିକା ନେଇପାରିବେ । କୋୱିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ ।
କୋଭିଡ୍ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ନୂଆ ଇତିହାସ ରଚିଲା ଭାରତ

ଅର୍ଗସ ବ୍ୟୁରୋ : କୋଭିଡ୍ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ନୂଆ ଇତିହାସ ରଚିଲା ଭାରତ । ଆଜି ଗଣତନ୍ତ୍ର ଦିବସରେ ଏହି ଟିକାକୁ ଲଞ୍ଚ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ ।
Download Argus News App
