ଏବେ ୨ ଦିନିଆ ହରିୟାନା ଗସ୍ତରେ ଅଛନ୍ତି ନଡ୍ଡା । ବିଭିନ୍ନ ସ୍ଥାନରେ ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଉଦବୋଧନ ଦେବା ସହିତ ସାଂସଦ ଓ ବିଧାୟକଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ମୋଦି ସରକାରଙ୍କ ସଫଳତା ବାବଦରେ ମଧ୍ୟ ପ୍ରକାଶ କରିବା ସହିତ ବିରୋଧି କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ।
ଅର୍ଗସ ବ୍ୟୁରୋ : ଦେଶକୁ କୋଭିଟ୍ ଟିକାର ସୁରକ୍ଷା କବଚ ଯୋଗାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେବଳ ଏତିକି ନୁହେଁ ଭାରତ ବିଶ୍ବର ୫୦ ଟି ଦେଶକୁ ମାଗଣା ଟିକା ଯୋଗାଇଛି ଯାହାଦ୍ବାରା ମହାମାରୀ ବିରୋଧରେ ଲଢ଼ିବା ସହଜ ହୋଇଛି ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଏବେ ୨ ଦିନିଆ ହରିୟାନା ଗସ୍ତରେ ଅଛନ୍ତି ନଡ୍ଡା । ବିଭିନ୍ନ ସ୍ଥାନରେ ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀଙ୍କୁ ଉଦବୋଧନ ଦେବା ସହିତ ସାଂସଦ ଓ ବିଧାୟକଙ୍କ ସହ ବୈଠକ କରିଛନ୍ତି । ଏହି ଅବସରରେ ମୋଦି ସରକାରଙ୍କ ସଫଳତା ବାବଦରେ ମଧ୍ୟ ପ୍ରକାଶ କରିବା ସହିତ ବିରୋଧି କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ।
ଅର୍ଗସ ବ୍ୟୁରୋ : ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି ଚୋର । କିଶନନଗର ଥାନା ଅଞ୍ଚଳ ପାଲଟିଛି ଚୋରଙ୍କ ଚରା ଭୂଇଁ । କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରୁ ଘନଘନ ଚୋରି । ଗତ କିଛି ଦିନତଳେ ଥାନା ସମ୍ନା ବଜାରରୁ ଚୋରମାନେ ଖୋଲା ଚାଲେଞ୍ଜଦେଇ ଦୋକାନରୁ ଚୋରି କରିଥିଲେ । ଏବେ କିନ୍ତୁ ଗୋଟିଏ ମାସ ହେଲାଣି ଚୋରଙ୍କ ପାଇଁ ଅଞ୍ଚଳବାସୀଙ୍କ ନିଦ ହଜି ଗଲାଣି । ହେଲେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତକାଲି ବିଳମ୍ବିତ ରାତ୍ରିରେ କିଶନନଗର ଥାନା ତରଡପଡା ଗ୍ରାମରୁ ଗୋଟିଏ ରାତରେ ୭ଟି ଘରୁ ସୁନା, ରୁପା, ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମ ବାସୀମାନେ ଅଭିଯୋଗ କରିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ ।
ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସର କର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପୋଲିସ ପାଟ୍ରୋଲିଂ ରାତି ସମୟରେ ଠିକଠାକ ହେଉନଥିବା ବେଳେ ଚୋରମାନେ ଏହାର ଫାଇଦା ନେଉଛନ୍ତି । ସାଧାରଣ ଲୋକେ ଭୟ ଓ ଆଶଙ୍କାରେ ଜୀବନ କାଟୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ସହ ଲୋକଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।
ନୂଆଦିଲ୍ଲୀ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକରେ ମୋହନଙ୍କ ନାରେ ଲାଗିଲା ମୋହର।ଉଜୈନ ଦକ୍ଷୀଣ ଆସନରୁ ବିଧାୟକ ଅଛନ୍ତି ମୋହନ ।
୨୦୨୩ ମସିହାରେ ପ୍ରଥମେ ବିଧାୟକ ନିର୍ବାଚିତ ହୋଇଥିଲେ ମୋହନ ଯାଦବ। ଶିବରାଜ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ମୋହନ ଯାଦବ । ସେହିପରି ମଧ୍ୟପ୍ରଦେଶରେ ନୂଆ ବାଚସ୍ପତି ହେବେ ନରେନ୍ଦ୍ର ତୋମାର । ମଧ୍ୟପ୍ରଦେଶରେ ରହିବେ ୨ଟି ଉପମୁଖ୍ୟମନ୍ତ୍ରୀ । ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଲା ହେବେ ଉପମୁଖ୍ୟମନ୍ତ୍ରୀ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ବାପାମା’ଙ୍କ ସହିତ ପୁରୀ ଆସିଥିଲେ ଆର୍ଯ୍ୟନ । ଗତକାଲି ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ । ଆଜି ନାବାଳକ ଆର୍ଯ୍ୟନ ମୃତଦେହ ଉଦ୍ଧାର ହୋଇଛି । ପେଣ୍ଠକଟା ପେଟ୍ରୋଲ ପମ୍ପ ପଛପାର୍ଶ୍ବ ବେଳାଭୂମିରୁ ଉଦ୍ଧାର ହୋଇଛି ମୃତ ଦେହ । ଉଦ୍ଧାର ମୃତ ନାବାଳକ ହେଉଛନ୍ତି ବିହାରର । ଗତକାଲି ଚକ୍ରତୀର୍ଥ ରୋଡ ହୋଟେଲ ଗାନ୍ଧାରା ସମ୍ମୁଖ ବେଳାଭୂମିରେ ଗାଧୋଉଥିବା ସମୟରେ ହୋଇଯାଇଥିଲେ ନିଖୋଜ ।
ଅଧିକ ପଢନ୍ତୁ ଓଡ଼ିଶା ଖବର