ତେବେ ବର୍ତ୍ତମାନ ପାଇଁ କେବଳ ପ୍ରାପ୍ତବୟସ୍କଙ୍କ ବ୍ୟବହାର ପାଇଁ ଏହି ବିକ୍ରିର ଅନୁମତି ଦିଆଯାଇଛି । ବହୁ ଶୀଘ୍ର ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ଅନୁମତି ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ସୂଚନାନୁସାରେ କେନ୍ଦ୍ର ସରକାରଙ୍କ ତରଫରୁ ଟୀକାକରଣକୁ ସୁଲଭ କରିବା ପାଇଁ ମୂଲ୍ୟ ଧାର୍ଯ୍ୟ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିବାକୁ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) କୁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା, କୋଭାକ୍ସିନ୍ ର ଡୋଜ ପିଛା ୧୨୦୦ ଟଙ୍କା ଥିବାବେଳେ କୋଭିଶିଲ୍ଡର ଗୋଟିଏ ଡୋଜ୍ ଘରୋଇ ଡାକ୍ତରଖାନାରେ ୭୮୦ ଟଙ୍କା ରହିଛି । ଏହି ମୂଲ୍ୟରେ ୧୫୦ ଟଙ୍କା ସେବା ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ବର୍ତ୍ତମାନ ସମୟରେ ଉଭୟ ଟିକା କେବଳ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ । ଗତବର୍ଷ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍' ର କୋଭିଡ୍ -19 ବିଶେଷଜ୍ଞ କମିଟି କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକାର ଅନୁମୋଦନ କରିଥିଲା । ସେବେଠାରୁ କରୋନା ବିରୋଧୀ ଲଢ଼େଇରେ ପ୍ରମୁଖ ଅସ୍ତ୍ର ଭାରେ ଉଭା ହୋଇଛି ଏହି ଦୁଇ ଟିକା ।