ଢୁ ଢୁ ଖରା ହେଉଛି । ଟାଙ୍ଗରା ପାହାଡରେ ଏହି ଗାଈଟି ଚଢିବାକୁ ଚେଷ୍ଟା କରୁଛି । ଏମିତି ନୁହେଁ ଯେ ଅନ୍ୟ କେଉଁ ଗାଈ ଯାଇ ଥିବ ଆଉ ସେ ତାକୁ ଦେଖି ଅନୁସରଣ କରୁଛି । ସେ ଏକା ଅଛି...ତଥାପି ସେ ତା ଚେଷ୍ଟା ଜାରି ରଖିଛି ।
ବାରମ୍ବାର ଖସୁଛି ପୁଣି ଚଢୁଛି....ଖସି ଖସି ବହୁତ ତଳକୁ ଆସିଯାଉଛି । ହେଲେ ବି ସେ ଚଢୁଛି । ଆଉ ଶେଷରେ ସେ ଶୀର୍ଷରେ ପହଞ୍ଚୁଛି ।
ଦର୍ଶକବନ୍ଧୁ ଏହା ଏକ ଭାଇରାଲ୍ ଭିଡିଓଟିଏ । ଏମିତି ଅନେକ ଥର ଆପଣ ବୋଧେ ଏମିତି ଭିଡିଓ ଦେଖିଥିବେ । ହେଲେ ଏହି ଭିଡିଓରୁ ଆମକୁ ଏକ ଶିକ୍ଷା ମିଳୁଛି ।
ଯେ ଜୀବନରେ କେବେ ହାର୍ ମାନନ୍ତୁନି । ଆଉ କେବେ ବି ନିଜକୁ ଏକାକୀ ଭାବନ୍ତୁନି । କେହି ନଥିଲେ ବି ଆପଣଙ୍କ ସହ ଗୋଟିଏ ଶକ୍ତି ସବୁବେଳେ ଅଛି । ଯିଏ ଆପଣଙ୍କର କେବେ ଖରାପ ଚାହିଁବନି । ବାସ୍ ଆମକୁ ଚେଷ୍ଟା କରିବାର ଅଛି । ନିଜ ଉପରେ ବିଶ୍ୱାସ ରଖିବାର ଅଛି । ଯେ ହଁ ଆମେ ଚାହିଁଲେ କିଛି ବି କରିପାରିବା ।
ହଁ ସମସ୍ତଙ୍କ କ୍ଷେତ୍ରରେ ଏହା ସମାନ ଜିନିଷ ଦେଖିବାକୁ ମିଳିନଥାଏ । କିଏ କମ କଷ୍ଟ କରି ଜଲ୍ଦି ସଫଳତା ପାଏ ତ କାହାକୁ ସେହି ସ୍ଥାନରେ ପହଞ୍ଚିବାକୁ ଅଧିକ କଷ୍ଟ କରିବାକୁ ପଡିଥାଏ ।
କିନ୍ତୁ ଯଦି ଆମ ଲକ୍ଷ୍ୟ ସ୍ଥିର ଥିବ ତେବେ କେହି ଆମକୁ ସେ ଲକ୍ଷ୍ୟରୁ ହଟାଇ ପାରିବେନି । ବାସ କିଛି ଧର୍ଯ୍ୟ ଧରିବାକୁ ପଡିବ । ଦେଖିବେ ଶେଷରେ ବିଜୟ ଆମର ହିଁ ହେବ ।
ଜାଣତରେ ହେଉ କିମ୍ବା ଅଜାଣତରେ ଏମାନେ ବି ଏ ବୁଦ୍ଧିଆ ମଣିଷ ମାନଙ୍କୁ ବହୁତ କିଛି ଶିକ୍ଷା ଦେଇଥାନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।