Splashdown! Welcome back to planet Earth, @Inspiration4x! pic.twitter.com/94yLjMBqWt — SpaceX (@SpaceX) September 18, 2021
ଏହି ମିଶନରେ ଅନ୍ତରୀକ୍ଷକୁ ୪ ଜଣ ସାଧାରଣ ନାଗରିକ ଯାଇଥିଲେ । ସାଧାରଣ ଲୋକଙ୍କୁ ଅନ୍ତରୀକ୍ଷକୁ ନେଇଯିବାରେ ଏହା ଥିଲା ପ୍ରଥମ ସ୍ପେସଫ୍ଲାଇଟ୍ । ମିଶନରେ ଯାଇଥିବା ୪ ଜଣଙ୍କ ପାଖରେ ଅନ୍ତରୀକ୍ଷକୁ ଯାତ୍ରାର ଅଭିଜ୍ଞତା ନଥିଲା । ଯାତ୍ରା ପୂର୍ବରୁ ସେମାନଙ୍କୁ ୫ ମାସ ଧରି ଟ୍ରେନିଂ ଦିଆଯାଇଥିଲା।
Crew of @Inspiration4x - first all-civilian human spaceflight to orbit - returns to Earth pic.twitter.com/pnjkDjnkAw — SpaceX (@SpaceX) September 18, 2021
ସେପ୍ଟେମ୍ବର ୧୫ ତାରିଖରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ନାସାର ୩୯ ଏରୁ ମିଶନକୁ ଲଞ୍ଚ କରାଯାଇଥିଲା । ଏହି ମିଶନରେ ଜେରଡ ଇସାକମାନଙ୍କ ସହ ହେଲି ଆର୍ସିନକ୍ସ, ସିୟାନ ପ୍ରାକ୍ଟର ଓ କ୍ରିସ୍ ସେମ୍ବ୍ରୋସ୍କି ମଧ୍ୟ ସାମିଲ୍ ଥିଲେ ।
ଡ୍ରାଗନ କ୍ୟାପସୁଲ୍ ସମୁଦ୍ର କୂଳରେ ଅବତରଣ ପରେ ସେଥିରୁ ପ୍ରଥମେ ଆର୍ସିନକ୍ସ ବାହାରିଥିଲେ । ଏହାପରେ ମିଶନର କ୍ୟାପଟେନ୍ ପ୍ରାକ୍ଟର ବାହାରକୁ ଆସିଥିଲେ । ଏହି ସଫଳ ଅଭିଯାନ ପରେ ମିଶନରେ ଯାଇଥିବା 4 କ୍ରିୟୁ ମେମ୍ବରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରଥମଥର ଏକ ନୂଆ ଅନୁଭୂତିକୁ ନେଇ ସେମାନେ ବେଶ ଖୁସିଥିବା ଦେଖିବାକୁ ମିଳିଛି ।