ଲଣ୍ଡନ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ୍ କ୍ରିକେଟ୍ର ଦ୍ୱାଦଶ ସଂସ୍କରଣ । ଭାରତୀୟ ସମୟ ଅପରାହ୍ନ 3ଟାରେ ଲଣ୍ଡନର ଓଭାଲଠାରେ ଉଦ୍ଘାଟନୀ ମ୍ୟାଚ୍ ଆରମ୍ଭ ହେବ । ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।
ଚଳିତ ବିଶ୍ୱକପରେ ୧୦ଟି ଦଳ ଅଂଶଗ୍ରହଣ କରିଥିବା ୧୧ଟି ପଡ଼ିଆରେ ୪୬ ଦିନ ମଧ୍ୟରେ ୪୮ଟି ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ହୋଇସାରିଛି । ଜୁଲାଇ ୧୪ରେ ବିଶ୍ୱକପ୍ ୨୦୧୯ର ଫାଇନାଲ ମ୍ୟାଚ୍ ଖେଳାଯିବ ।
ଏହି କ୍ରିକେଟ ମହାକୁମ୍ଭରେ ଭାରତ ନିଜର ଅଭିଯାନ ଆଗାମୀ ଜୁନ ୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ । ସେହିପରି ଭାରତର ଅନ୍ୟତମ ହାଇ ପ୍ରୋଫାଇଲ ମ୍ୟାଚ ଜୁନ୍ ୧୬ରେ ପାକିସ୍ତାନ ସହିତ ହେବ । ରାଉଣ୍ଡ ରବିଂ ଫର୍ମାଟରେ ଖେଳାଯାଉଥିବା ବିଶ୍ୱକପରେ ପ୍ରତ୍ୟେକ ଟିମ୍କୁ ୯ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ପଡ଼ିବ । ଆଇସିସି ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ବୁଧବାର ଉଦ୍ଘାଟନୀ ସମାରୋହ ଲଣ୍ଡନର ବର୍ମିଂହାମ ପ୍ୟାଲେସସ୍ଥିତ ଲଣ୍ଡନ ମଲରେ ଅନୁଷ୍ଠିତ ହୋଇଯାଇଛି । ଇଂଲଣ୍ଡର ରାଣୀ ଏଲିଜାବେଥ୍ ସମସ୍ତ ଟିମ୍ର ଅଧିନାୟକଙ୍କୁ ଭେଟି ଫଟୋ ଉଠାଇବା ସହିତ ଭଲ ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇଛନ୍ତି ।
ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି, ଏଠାକୁ ଆସି ବହୁତ ଖୁସି ଲାଗୁଛି । ଏଠାରେ ଆମର ବହୁ ପ୍ରଶଂସକ ଅଛନ୍ତି । ଏଠାରେ ଉଭୟ ଚାପ ଓ ଗର୍ବ ଅନୁଭବ ହେଉଛି । ଆମେ ଏଠାରେ ସମର୍ଥନର ଲାଭ ଉଠାଇବାକୁ ଚେଷ୍ଟା କରିବୁ ।
ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ କହିଛନ୍ତି, ଆମେ ଦକ୍ଷିଣ ଆଫ୍ରିକା ସହିତ ଖେଳାଯିବାକୁ ଥିବା ମ୍ୟାଚ୍କୁ ଅପେକ୍ଷା କରିଛୁ । କାରଣ ଏହି ଦିନଟି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଉଦଘାଟନୀ ଅବସରରେ ପ୍ରତ୍ୟେକ ଦେଶରୁ ୨-୨ ଜଣ ଲୋକ ଔପଚାରିକ ଭାବେ ପ୍ରତିନିଧିତ୍ୱ କରିଥିଲେ । ଭାରତ ପକ୍ଷରୁ ପୂର୍ବତନ ଅଧିନାୟକ ଏବଂ କୋଚ୍ ଅନିଲ କୁମ୍ବଲେ ଓ ଅଭିନେତା ଫରହାନ ଅଖତର, ପାକିସ୍ତାନ ତରଫରୁ ମଲାଲା ୟୁସୁଫଜଇ ଏବଂ ଅଜହର, ୱେଷ୍ଟଇଣ୍ଡିଜ ତରଫରୁ ବିବିଆନ ରିଚାର୍ଡ ଓ ଧାବକ ୟୋହନ ବ୍ଲେକ, ଦକ୍ଷିଣ ଆଫ୍ରିକାରୁ ଜ୍ୟାକ କାଲିସ, ଅଷ୍ଟ୍ରେଲିଆରୁ ବ୍ରେଟ ଲି ଓ ଆୟୋଜକ ପକ୍ଷରୁ କେଭିନ ପିଟରସନ ମଧ୍ୟ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ରିଲାଏନ୍ସ ଜିଓ ରାଜ୍ୟର ସବୁଠାରୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ଜୁଲାଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଜୁଲାଇ ମାସରେ ପ୍ରାୟ ୧.୪୨ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଏହା ସହିତ ଜିଓ ୨୦୨୩ ଜୁଲାଇ ୩୧ ସୁଦ୍ଧା ସର୍ବାଧିକ ୧.୪୩ କୋଟି ମୋବାଇଲ ଗ୍ରାହକ ଏବଂ ୨.୩୮ ଲକ୍ଷ ଜିଓଫାଇବର ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଉଭୟ ଓୟାରଲେସ୍ ଏବଂ ଓୟାରଲାଇନ୍ ବର୍ଗରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନ ଆହୁରି ସୁଦୃଢ଼ କରିଛି । ଏହି ମାସରେ ରାଜ୍ୟରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫ ଲକ୍ଷ ବୃଦ୍ଧି ପାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ସାରା ଦେଶରେ ଜୁଲାଇ ମାସରେ ୩୯ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ନେଟୱାର୍କରେ ଯୋଡ଼ିହୋଇଛନ୍ତି । ଏହାକୁ ମିଶାଇ ୨୦୨୩ ଜୁଲାଇ ୩୧ ସୁଦ୍ଧା ଦେଶରେ ଜିଓର ୪୪.୨ କୋଟିରୁ ଅଧିକ ମୋବାଇଲ ଗ୍ରାହକ ରହିଛନ୍ତି । ରିଲାଏନ୍ସ ଜିଓ ମଧ୍ୟ ଜୁଲାଇରେ ୧.୯୭ ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି ଯାହା ଫଳରେ ଦେଶରେ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ହୋଇଛି ।
ସୂଚନାଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହୋଇଥିବା ବେଳେ ଶିଳ୍ପରେ ସର୍ବାଧିକ ଗ୍ରାହକ ଓ ରାଜସ୍ୱ ବଜାର ଅଂଶ ହାସଲ କରିଛି । ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଦ୍ରୁତ ଗତିରେ ନିଜର ଟ୍ରୁ- ୫ଜି ନେଟୱାର୍କକୁ ବିସ୍ତାର କରୁଛି ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ପହଂଚାଇଥିବା ପ୍ରଥମ ଟେଲିକମ୍ ଅପରେଟର ହୋଇଛି । ଜିଓ ହେଉଛି ଏକମାତ୍ର ସେବା ପ୍ରଦାନକାରୀ ଯିଏ ପ୍ରିମିୟମ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ୍ ରଖିଛି, ଯାହାକୁ ୫ଜି ନେଟୱାର୍କ ମୂତୟନ ପାଇଁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଏ । ନିକଟରେ ଟେଲିକମ୍ ବିଭାଗ (ଡିଓଟି) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଜିଓ ସାରା ରାଜ୍ୟରେ ଟ୍ରୁ-୫ଜି ସେବା ପାଇଁ ସର୍ବାଧିକ ୫ଜି ବିଟିଏସ୍ ନିୟୋଜିତ କରିଛି ।
ଶିକ୍ଷା କ୍ଷେତ୍ରରେ ଟ୍ରୁ ୫ଜିର ବିପୁଳ ପରିବର୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରରେ ଜିଓ ଟ୍ରୁ- ୫ଜି ପରିବର୍ତନ ଯାତ୍ରା ଆରମ୍ଭ କରିଛି । ଦ୍ରୁତ ଏବଂ ବିଶ୍ୱସନୀୟ ସଂଯୋଗ ପ୍ରଦାନ କରି, ଜିଓ ଟ୍ରୁ- ୫ଜି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତି ପ୍ରଦାନ କରୁଛି ଏବଂ ଶିକ୍ଷକମାନଙ୍କୁ ସେମାନଙ୍କର ସର୍ବୋତମ ପ୍ରଦର୍ଶନ କରିବା ଲାଗି ସଶକ୍ତ କରୁଛି । ଯେହେତୁ ଅଧିକ ଶିକ୍ଷାନୁଷ୍ଠାନ ଏହି ଜ୍ଞାନକୌଶଳକୁ ଆପଣାଉଛନ୍ତି ଏହା ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବାର କ୍ଷମତା ରଖିଛି, ଯାହା ଜ୍ଞାନ ଆଦାନପ୍ରଦାନ, ନବସୃଜନ ଏବଂ ସହଯୋଗ ପାଇଁ ଅସୀମ ସମ୍ଭାବନା ଉନ୍ମୁକ୍ତ କରିବ । ସମଗ୍ର ଭାରତରେ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ଡିଜିଟାଲ କରିବା ପାଇଁ ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ବେଳେ ପରବର୍ତୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହାର ସମର୍ପଣ ଭାବକୁ ପ୍ରଦର୍ଶିତ କରୁଛି ।
ଅର୍ଗସ ବ୍ୟୁରୋ : କଟକ ଯୋବ୍ରା ନିକଟ ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହାନଦୀଙ୍କୁ ଡେଇଁ ବା ପରେ ମହିଳା ଜଣଙ୍କ ଭାସି ଯାଉଥିଲେ । ଏହି ସମୟରେ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଯୋବ୍ରା ପାର୍କ କର୍ମଚାରୀ । ତେବେ, ଯୋବ୍ରା ପାର୍କ ସୁପର୍ଭାଇଜର୍ ବାବୁଲି ବେହେରା ତୁରନ୍ତ ପାଣି ଭିତରକୁ ଡେଇଁ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମହିଳାଙ୍କୁ ପାଣିରୁ ଲୁହା ଫାଟକ ଉପରକୁ ଉଠାଇ ଆଣିଥିଲେ ବି ସେ ଉପରକୁ ଆଣି ପାରି ନଥିଲେ । ସେଠାରେ ମହିଳାଙ୍କୁ ସେ ପ୍ରାୟ ୧ଘଣ୍ଟା କାଳ ଧରି ରଖିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତ କାଲି ଯୋବ୍ରା ବ୍ୟାରେଜ ପାର୍କରେ କାମ କରୁଥିଲେ ଜଣେ କର୍ମଚାରୀ । କୋଳାହଳରେ ବ୍ୟସ୍ତ ଥିଲା ଯୋବ୍ରା ବ୍ୟାରେଜ ରାସ୍ତା । ଠିକ୍ ସେହି ସମୟରେ ଜଣେ ଯୁବତୀ ମହାନଦୀକୁ ଡେଇଁପଡ଼ିଲେ । ଏହା ଦେଖି ବ୍ୟାରେଜର ପାର୍କରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ପଡ଼ିଥିଲେ । ଯୁବତୀ ଜଣକ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ତାଙ୍କୁ ଧରି ପକାଇଥିଲେ ।
ଅର୍ଗସ ବ୍ୟୁରୋ : ଭାରତୀୟ ବାୟୁ ସେନାର ଶକ୍ତି ହେବ ପ୍ରଚଣ୍ଡ । ଆହୁରି ଅଧିକ ସୁଦୃଢ ହେବ ବାଯୁସେନା ଏବଂ ସ୍ଥଳ ସେନାର ପ୍ରତିରକ୍ଷା ବ୍ୟବସ୍ଥା । ବହୁ ଶୀଘ୍ର ୧୫୬ ଟି ଲାଇଟ କମ୍ବାଟ ହେଲିକପ୍ଟର ପ୍ରଚଣ୍ଡର ଅର୍ଡର ଦେବ ବାୟୁ ସେନା । ଏଥିରୁ ୬୬ ଟି ଚପର୍ ବାୟୁ ସେନାରେ ଏବଂ ଅନ୍ୟ ୯୦ ଟି ସ୍ଥଳ ସେନାରେ ରହିବ । ଏହି ପ୍ରଚଣ୍ଡ ଲାଇଟ କମ୍ବାଟ ହେଲିକପ୍ଟର ପାକିସ୍ଥାନ ଏବଂ ଚୀନ ସୀମାରେ ନିୟୋଜିତ ହେବ ।
ଅଧିକ ପଢନ୍ତୁ ଭାରତ ଖବର
୧୫ ମାସ ମଧ୍ୟରେ ଏହି ଦୁଇଟି ସେନାରେ ୧୫ ଟି ଚପର ଅନ୍ତର୍ଭୁକ୍ତ ହୋଇସାରିଛି । ନିକଟରେ, ଆଇଏଏଫ୍ ମୁଖ୍ୟ ମାର୍ଶଲ ଭି.ଆର ଚୈାଧୁରୀ ପ୍ରାୟ ୧୦୦ ଟି LCA ମାର୍କ 1A କିଣିବାକୁ ଫୋର୍ସର ଉଦ୍ଦେଶ୍ୟ ବୋଲି ଘୋଷଣା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀକରଣକୁ ବଢାଇବା ପାଇଁ ଏହି ଦୁଇଟି ପ୍ରକଳ୍ପର ମିଳିତ ମୂଲ୍ୟ ୧.୫ ଲକ୍ଷ କୋଟିରୁ ଅଧିକ । ଏହି କମ୍ବାଟ ହେଲିକପ୍ଟର ପ୍ରଚଣ୍ଡକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ପରୀକ୍ଷଣ କରାଯାଇଛି ।