ବୁଧବାର ଉତ୍ତର କାଶ୍ମୀରର ବରାମୁଲ୍ଲା ଜିଲ୍ଲାର ପାଲହଲାନ ଛକରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଆଡକୁ ଗ୍ରେନେଡ ଫିଙ୍ଗିଥିଲେ । ଏଥିରେ CRPF ର ଦୁଇଜଣ ପାରା-ମିଲିଟାରୀ କର୍ମଚାରୀ ଏବଂ ବହୁ ସାଧାରଣ ନାଗରିକ ଆହତ ହୋଇଛନ୍ତି ।
ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି।