ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପର କିଙ୍ଗ। ଘରୋଇ ଷ୍ଟାଡିୟମରେ ଦମ ଦେଖାଇବ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ, ସେପଟେ ଫାଇନାଲରେ ବାଜି ମାରି 5ମ ଥର ଟାଇଟଲ୍ ହାତେଇବାକୁ ଫୁଲ୍ ରେଡ୍ଡି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ୍। 4ଥରର ବିଜେତା ସିଏସକେ ଗୁଜରାଟ ମୋଟେରା ଷ୍ଟାଡିୟମରେ ଇତିହାସ ରଚିବା ସହ କ୍ୟାପଟେନ ଧୋନୀଙ୍କୁ ବିଦାୟୀ ଉପହାର ଦେବା ଲକ୍ଷରେ ରହିଛି। ଅପରପକ୍ଷରେ ଚେନ୍ନାଇର ଏହି ପ୍ଲାନକୁ ଫ୍ଲପ୍ କରିପାରନ୍ତି ଗୁଜରାଟର ଶୁଭମନ୍ ଗିଲ୍। ଶୁଭମନ୍ ଏବେ ଫୁଲ୍ ଫର୍ମରେ ରହିଥିବା ବେଳେ ଫାଇନାଲ ମ୍ୟାଚରେ ସିଏସକେର ମୁଣ୍ଡ ବିନ୍ଧାର କାରଣ ପାଲଟିପାରନ୍ତି। ସେହିପରି ମୋଟୋରା ଗୁଜରାଟର ଘରୋଇ ଷ୍ଟାଡିୟମ ହୋଇଥିବା ବେଳେ ଏଠାରେ ଦଳର ବିଶେଷ ପ୍ରଭାବ ରହିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ତେବେ ଆଇପିଏଲ ଷୋଡଶ ସଂସ୍କରଣରେ କିଏ ବିଜେତା ହେଉଛି ତାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ ଖେଳ ଖବର