ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ ଦ୍ଵାରିକାରେ ଚାଲିଥିବା ପି-20 ସମ୍ମିଳନୀରେ ଓଡ଼ିଶାର ଝଲକ । ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନଶନ ଆଣ୍ଡ ଏକ୍ସପୋ ସେଣ୍ଟର । ଯଶଭୂମିରେ ଦୁଇ ଦିନିଆ ନବମ ପାଳିଆମେଣ୍ଟ ସମ୍ମିଳନୀର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମ୍ମିଳନୀର ବିଭିନ୍ନ ସ୍ଥାନରେ ଓଡ଼ିଶାର ଛାପ ଦେଖିବାକୁ ମିଳିଛି । ବିଭିନ୍ନ ଦେଶର ପତାକା ସହିତ ଚକ୍ର ସ୍ଥାପନ ହୋଇଛି ।
ସମ୍ମିଳନୀର ବିଭିନ୍ନ ସ୍ଥାନରେ ଶଙ୍ଖ ଦେଖିବାକୁ ମିଳିଛି । ଟ୍ରାଇବ ଇଣ୍ଡିଆ ପକ୍ଷରୁ ସ୍ଥପନ ହୋଇଥିବା ଷ୍ଟଲ ଗୁଡିକରେ ଓଡ଼ିଶାର ଏକାଧିକ ଉତ୍ପାଦ ପ୍ରଦର୍ଶନ କରାଯାଇଛି। ଆଦିବାସୀ ମାନଙ୍କ ଚିତ୍ର କଳା, ସଉରା ମାନଙ୍କ ଚିତ୍ର କଳା, ବିଭିନ୍ନ ହସ୍ତ ତନ୍ତ, ଡୋକ୍ରା ଅଭୁସନ, କାଣ୍ଡମାଳ ସାଲ, ସମ୍ବଲପୁରୀ ଶାଢ଼ୀ, ଆଦି ପ୍ରଦର୍ଶିତ ହୋଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: