ଦେଶର ବିଭିନ୍ନ ସ୍ଥାନରେ ସମାନ ତେଲର ମୂଲ୍ୟରେ ବିକ୍ରି କରିବାକୁ କମ୍ପାନୀ ମାନଙ୍କୁ କୁହାଯାଇଛି। ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଦାମ ହ୍ରାସ ପାଇବା ପରେ କମ୍ପାନୀ ଗୁଡିକ ଗତ ମାସରେ ତେଲର ଲିଟର ପିଛା ଦାମରେ ୧୦-୧୫ ଟଙ୍କାର ହ୍ରାସ କରିଥିଲେ।
ସୂଚନା ଅନୁସାରେ, ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ କୌଣସି କିଛି ଆମଦାନୀ ହୋଇପାରୁନଥିବାରୁ ତୈଳ ଦର ବୃଦ୍ଧି ହୋଇଥିଲା। ଯାହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିଥିଲା। ରାଜ୍ୟରେ ଆବଶ୍ୟକତା ଥିବା 5 ରୁ 5.30 ଲକ୍ଷ ଟନ ପାଇଁ ଆମେ ବିଦେଶ ଉପରେ ନିର୍ଭର କରୁଛେ । ରାଜ୍ୟ ଚାହିଦାର ୭୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ କରାଯାଉଛି । ସେଥିରୁ ୨୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ।
୫୦ ପ୍ରତିଶତ ପାମୋଲିନ ତେଲ । ୟୁକ୍ରେନ ଓ ରୁଷିଆରୁ ହିଁ ଅଧିକ ପରିମାଣରେ ସୂର୍ଯ୍ୟମୂଖୀ ତେଲ ଆମଦାନୀ ହୋଇଥାଏ । ଯୁଦ୍ଧ କାରଣରୁ ଆଉ ତେଲ ଆସିପାରୁନଥିବାରୁ ବଜାରରେ ସୂର୍ଯ୍ୟମୂଖୀ ତେଲ ଦର ବଢିଥିଲା। ପାମ ଅଏଲ୍ ଯାହାର ଲିଟର 120 ଟଙ୍କା ଥିଲା ତାହା 150 ଟଙ୍କାରେ ପହଞ୍ଚିଥିଲା।