ଆମେ ଆମ ଘରକୁ ଯିବା..ବାପ୍ପାଙ୍କୁ ତାଙ୍କ ଘରକୁ ଯିବାକୁ ଦିଅ, କହିଲେ ବି ସେ ବୁଝୁନି । ଆହୁରି ଜୋରରେ କାନ୍ଦୁଛି । ନା...ମୁଁ ଛାଡିବିନି...ସେ ଏଇଠି ରହିବେ । ମୋ ସହ ରହିବେ । ମୋ ସାଙ୍ଗରେ ଖେଳିବେ । କହି କାନ୍ଦି କାନ୍ଦି କୁଣ୍ଢେଇ ପକାଉଛି । କାରଣ ସେ ଜାଣିଛି ବାପ୍ପା ଏବେ ଗଲେ ଯାଇ ଆରବର୍ଷକୁ ଆସିବେ । ଏତେ ଦିନ ବାପ୍ପାଙ୍କୁ ଛାଡି କେମିତି ରହିବି ।
ଏହି କିଛି ଦିନ ସେ ବାପ୍ପାଙ୍କୁ ଘରର ସଦସ୍ୟ କରି ସାରିଥିଲା । ତାଙ୍କ ସହ ଖେଳୁଥିଲା ..ମଜା କରୁଥିଲା । ହେଲେ ବାପ୍ପା ପଳେଇଲେ ସେ କାହା ଖେଳିବ ।
ସତରେ ଏ କପଟି ଦୁନିଆରେ ଏ କୁନି ଝିଅର ନିଷ୍କପଟ ମନ ବହୁତ କିଛି ଶିଖାଉଛି । ଏଠି ଭଲ ପାଇବା ନିର୍ଭେଜାଲ । ଏଠି କିଛି ପାଇବାର ଆଶା ନାହିଁ...ଲୁହ ଦେଉଛି ଏ ନିଷ୍କପଟ ମନରେ ବାପ୍ପାଙ୍କ ପ୍ରତି ଥିବା ଭଲ ପାଇବାର....