ନୂଆଦିଲ୍ଲୀ: ଅଧ୍ୟକ୍ଷ ପଦ ଛାଡ଼ିବାକୁ ନେଇ ଜିଦ୍ ଧରି ରହିଥିବା ରାହୁଲ ଆଜି ଦେଇଛନ୍ତି ଏକ ବିସ୍ଫୋରକ ବୟାନ । ବୁଧବାର ଏକ ପ୍ରେସ୍ମିଟ୍ରେ ରାହୁଲ କହିଛନ୍ତି ସେ ଆଉ କଂଗ୍ରେସର ଅଧ୍ୟକ୍ଷ ନାହାନ୍ତି । ଏହାସହ ପାର୍ଟି ବିଳମ୍ବ ନକରି ଜଣେ ନୂଆ ଅଧ୍ୟକ୍ଷ ଚୟନ କରୁ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି ରାହୁଲ ଗାନ୍ଧି । ପୂର୍ବରୁ ମୁଁ ଇସ୍ତଫା ଦେଇସାରିଛି । ଏବେ କଂଗ୍ରେସର ଅଧ୍ୟକ୍ଷ ନାହିଁ । ପାର୍ଟି ୱାର୍କିଂ କମିଟି ବୈଠକ କରି ନୂଆ ଅଧ୍ୟକ୍ଷ ଖୋଜନ୍ତୁ ବୋଲି ମଧ୍ୟ ରାହୁଲ କହିଛନ୍ତି ।
ଏହାସହ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ନିଜ ଟ୍ୱିଟର ହ୍ୟାଣ୍ଡଲରେ ଇସ୍ତଫା ପତ୍ର ରାହୁଲ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।It is an honour for me to serve the Congress Party, whose values and ideals have served as the lifeblood of our beautiful nation.
I owe the country and my organisation a debt of tremendous gratitude and love. Jai Hind ?? pic.twitter.com/WWGYt5YG4V — Rahul Gandhi (@RahulGandhi) July 3, 2019
25 ମେ’ରେ ରହାଲୁ ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ । ଆମେଥିରୁ ହାରିଥିବା ରାହୁଲ ଏବେ କେରଳର ୱାୟନାଡରୁ ସାଂସଦ ଅଛନ୍ତି । ତେବେ ଲୋକସଭା ନିର୍ବାଚନରେ ଶୋଚନୀୟ ପରିସ୍ଥିତି ପାଇଁ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡ଼ି ବସିଥିଲେ । କିନ୍ତୁ ପାର୍ଟି ରାହୁଲଙ୍କ ଇସ୍ତଫା ଗ୍ରହଣ କରିନଥିଲା । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ରାହୁଲଙ୍କୁ ବୁଝାଇଥିଲେ । କେବଳ ମନମୋହନ ସିଂହ ନୁହଁନ୍ତି, ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ 5 ମୁଖ୍ୟମନ୍ତ୍ରୀ ଗତ ସୋମବାର ରାହୁଲଙ୍କୁ ଭେଟି ଅଧ୍ୟକ୍ଷ ପଦରେ ରହିବାକୁ ଅନୁରୋଧ କରିଥିଲେ ।
ତେବେ ରାହୁଲଙ୍କ ଇସ୍ତଫା ପରେ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନା ଜଳ୍ପନା ଚାଲିଛି । ଏମିତି ମଧ୍ୟ କୁହାଯାଉଛି ଯେ, ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତା ସୁଶିଲ କୁମାର ସିନ୍ଧେଙ୍କୁ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ କରାଯାଇପାରେ ।
ଅର୍ଗସ ବ୍ୟୁରୋ : ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ବାଘ ଆତଙ୍କ । କିଛ ଦିନ ଧରି ମହାବଳ ବାଘକୁ ନେଇ ଏହି ଅଞ୍ଚଳରେ ଆତଙ୍କ ଲାଗି ରହିଛି । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର, ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଛି । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ଲଗାଇଥିବା ବେଳେ କ୍ୟାମେରାରେ ଫଟୋ କଏଦ୍ ହୋଇଥିବା ସୁଚନା ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୋମବାର ସଂନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର୍ ଉଦୟଗିରି ସୀମା ଡେଇଁ ରାୟଗଡା ଜିଲ୍ଲାର ସୀମାନ୍ତ ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ଅନୁମାନ କରିଛି । ଗୁଣୁପୁର ରେଞ୍ଜ ବନ ବିଭାଗ ସୁଚନା ପାଇବା ପରେ ରାୟଗଡା ଓ ଗଜପତି ସୀମାରେ ଥିବା ପଦ୍ମପୁରର ଡଲମା, ତବଲାଗୁଡା,ତର୍ପାଗୁଡା, ଲିକିଟିପଦର ପାହାଡିଆ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ସଜାଗ କରାଇଛି ବନବିଭାଗ ।
ଅର୍ଗସ ବ୍ୟୁରୋ: ଚୀନରେ ବ୍ୟାପୁଥିବା ନିମୋନିଆକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ପରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।
ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ଓ ଟେଷ୍ଟିଙ୍ଗ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି।
ଯଦିଓ ଏ ଭାଇରସ H9N2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ। ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଥରେ ଭାବନ୍ତୁ ଆପଣ ବିମାନରେ ଯାତ୍ରା କରୁଥିବାବେଳେ ଯଦି ବିମାନରେ ହଠାତ ଝଟକା ଲାଗେ ଆଉ ଆପଣଙ୍କୁ ଅକ୍ସିଜେନ ଦରକାର ପଡ଼େ। ଆପଣଙ୍କୁ କେମିତି ଲାଗିବ ସତରେ ଭାବିଲେ ଛାତି ଥରି ଉଠୁଛି। ୨୪ହଜାର ଫୁଟ ଉପରେ ହଠାତ ଉଡ଼ିଗଲା ବିମାନ ଛାତ। କଣ ହେଲା ଯାତ୍ରୀମାନଙ୍କର ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଛି। ଯାତ୍ରୀମାନେ ଜୀବିତ ନା ମୃତ। ବିମାନର ଛାତିଥରା ଦୁର୍ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଟ୍ରେନ ହେଉ କି ପ୍ଲେନ ହେଉ ଦୁର୍ଘଟଣା ଘଟିଲେ ଶୁଣିଲେ ମଧ୍ୟ ଛାତି ଥରି ଉଠେ। ବିମାନରେ ଥିଲେ ୮୯ଜଣ ପାସେଞ୍ଜର ଏବଂ ଏଥିରେ ୬ଜଣ କ୍ର୍ୟୁ ମେମ୍ବର ଥିଲେ।
ବିମାନଟି ସ୍ଥଳଭାଗରୁ ୨୪୦୦୦ ଫୁଟ ଉପରେ ଥିଲା। ହଠାତ ବିମାନ ଛାତ ଉଡ଼ିଗଲା। ଲାଗୁଥିଲା କ୍ରାସ ହୋଇଯିବ। ଆଉ ସମସ୍ତେ ପ୍ରାଣ ହରାଇବେ। କିନ୍ତୁ ଭଗବାନ ମଝି ଆକାଶରେ ଚମତ୍କାର କରିଲେ। ୨୪୦୦୦ ଫୁଟ ଉପରେ ଲୋକେ ଭୟଙ୍କର ଚିତ୍କାର କରିବା ସହ କାନ୍ଦୁଥିଲେ। ଭାବୁଥିଲେ ଆଉ କେହି ବଞ୍ଚିବେନି। ଆପଣ ଫିଲ୍ମ କାହାଣୀ ଭାବୁଛନ୍ତି ନା। କିନ୍ତୁ ଏହା ସତ ଘଟଣା। ଏମିତି ଘଟିଥିଲା ୧୯୮୮ ମସିହା ଏପ୍ରିଲ ୨୮ରେ। ଏହା ଥିଲା ଏକ ଅଶୁଭ ଦିନ। ଆମେରିକାର ଆଲୋହା-୨୪୩ ଏୟାର ଲାଇନ୍ସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଦୁଇ ଇଞ୍ଜିନ ବିଶିଷ୍ଟ ବୋଇଂ ୭୩୭ ସେଦିନ ୯୪ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା। ବିମାନ ୪୦ ମିନିଟ ଉଡାଣ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତା। କିନ୍ତୁ ହଠାତ ବିମାନର ପଙ୍ଖା ଖରାପ ହୋଇଗଲା। ଏବଂ ମଝି ଆକାଶରେ ବିମାନର ଛାତ ଉଡିଯାଇଥିଲା। ପ୍ରଶାନ୍ତ ମହାସାଗର ଉପରେ ବିମାନଟି ଝୁଲୁଥିଲା। ଲାଗୁଥିଲା ଯେମିତି ସାଙ୍ଗେ ସାଙ୍ଗେ ଖସିପଡ଼ିବ। ଆଉ କେହି ବଞ୍ଚିବେନି। ଭୟଙ୍କର ଶବ୍ଦ ଏବଂ ପବନ ଯୋଗୁ ଯାତ୍ରୀମାନେ କାନ୍ଦିବା ସହ ଚିତ୍କାର କରି ଡରିକି ବେଲ୍ଟ ଯାକ ପିନ୍ଧି ପକାଇଥିଲେ।
ବିମାନ ଆଟେଣ୍ଡାଣ୍ଟ କାରାବେଲ ଲାନସି ଲୋକଙ୍କ କଥା ବୁଝୁଥିଲେ। କିନ୍ତୁ ହଠାତ ପ୍ରବଳ ପବନ ଯୋଗୁ ବାହାରକୁ ଉଡ଼ିଯାଇଥିଲେ। କିନ୍ତୁ ପାଇଲଟ ଏସବୁ ଦେଖିକି ମଧ୍ୟ ଧୈର୍ଯ୍ୟ ହାରି ନ ଥିଲେ। ଛାତ ନ ଥିଲେ ବି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟ କରିଥିଲେ। ଭଙ୍ଗା ବିମାନକୁ ଧୀରେ ଧୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ଆମେରିକାର କାହୁଲେଇ ଏୟାରପୋର୍ଟରେ ଭଙ୍ଗା ବିମାନ ଅବତରଣ କରିଥିଲା। ସେତେବେଳକୁ ବିମାନ ଇଞ୍ଜିନରେ ନିଆଁ ଲାଗିସାରିଥିଲା। ବୋଧେ ଭଗବାନ ଥିଲେ ବୋଲି ଯାତ୍ରୀମାନଙ୍କର ଜୀବନ ବଞ୍ଚିଗଲା। ୭ଜଣ ଯାତ୍ରୀ ଗୁରୁତର ହୋଇଥିଲେ। କିନ୍ତୁ ୬ଜଣ କ୍ର୍ୟୁ ମେମ୍ବରଙ୍କ ମୃତଦେହ ଏଯାଏ ମିଳିନି। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯାତ୍ରୀ ମାନଙ୍କର ଜୀବନ ବଞ୍ଚିଗଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର