୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବା ପରେ ବାତ୍ୟା ର ରୂପ ନେବା ସହ ୮ ତାରିଖ ବେଳକୁ ଉତ୍ତର ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଅତିକ୍ରମ କରିବା ସମ୍ଭାବନା । ଏପଟେ ଆଜିଠୁ ଆହୁରି ବଢିବ ଜାଡ । ଆସନ୍ତା ୨ ରୁ ୩ଦିନ ଭିତରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସିବା ଯୋଗୁଁ ତାପମାତ୍ରା ହ୍ରାସ ପାଇବ । ରାତିର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ତଳକୁ ଖସିପାରେ ।
ପାଣିପାଗ ଖବର ଆହୁରି ପଢନ୍ତୁ