ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଉପକୂଳରେ ଏକ ଡିପ୍ରେସନରେ ପରିଣତ ହେବ । ପରଦିନ ଅର୍ଥାତ ୨୧ ମାର୍ଚ୍ଚ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ହୋଇ ଏକ ବାତ୍ୟା ରୂପ ନେବ ।

ଅର୍ଗସ ବ୍ୟୁରୋ: ଆସୁଛି ଆଉ ଏକ ବାତ୍ୟା ‘ଅସାନି’ । ଯାହାକୁ ନେଇ ଚିନ୍ତା ବଢ଼ିଛି। ଏହି ସାମୁଦ୍ରିକ ବାତ୍ୟାର ନାଁ ଦିଆଯାଇଛି ‘ଅସାନି’ । ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୧ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ । ଶ୍ରୀଲଙ୍କା ପକ୍ଷରୁ ଏହି ବାତ୍ୟାର ନାମ ଦିଆଯାଇଛି । ଏହା ୨୦୨୨ର ପ୍ରତମ ବାତ୍ୟା ବୋଲି କୁହାଯାଉଛି।ବଙ୍ଗୋପସାଗରରେ ଥିବା ଲଘୁଚାପ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।

ଅର୍ଗସ ବ୍ୟୁରୋ : ଯାଜପୁରରେ ବଡ ଅଘଟଣ । ମାଲବାହୀ ଟ୍ରେନ୍ରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଯାଜପୁର ରୋଡ୍ ଷ୍ଟେସନ୍ ଚୂନଭାଟି ପ୍ଲଟ୍ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା । ପ୍ରବଳ ବର୍ଷା, ପବନ ଯୋଗୁଁ ଟ୍ରେନ୍ ବଗି ତଳେ ବସିଥିଲେ ଶ୍ରମିକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଘଟଣାରେ ଶୋକ ପିରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ଏହି ଅଭାବନୀୟ ଘଟଣାରେ ବ୍ୟକ୍ତିଙ୍କ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଠାରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଢେଙ୍କାନାଳ, ଦେବଗଡ, ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଗସ୍ତର ପ୍ରଥମ ଦିନରେ ଶ୍ରୀ ପ୍ରଧାନ ଢେଙ୍କାନାଳର କଙ୍କଡାହାଡ ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେବେ । କାମାକ୍ଷାନଗରରେ କମ୍ୟୁନିଟି ରେଡିଓ- “ରେଡିଓ ବସୁଧା”ର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ । କାମାକ୍ଷାନଗରରେ ଦଳ ପକ୍ଷରୁ ଅନୁଷ୍ଠିତ ସଂଯୁକ୍ତା ମୋର୍ଚ୍ଚା ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଦ୍ୱିତୀୟ ଦିନରେ ଶ୍ରୀ ପ୍ରଧାନ ଭୁବନେଶ୍ୱର ଠାରେ ଦିଲ୍ଲୀପ ଶତପଥୀ ମେମୋରିଆଲ ରାଜ୍ୟସ୍ତରୀୟ ପ୍ରଶ୍ନତ୍ତୋର ପ୍ରତିଯୋଗିତା କାର୍ଯ୍ୟକ୍ରମ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଖେଳ ମହୋତ୍ସବ- ୨୦୨୩ରେ ସାମିଲ ହେବେ । ତୃତୀୟ ଦିନରେ ଶ୍ରୀ ପ୍ରଧାନ ଦେବଗଡର ବଡବଗିଚା ଏବଂ ସମ୍ବଲପୁର ରେଙ୍ଗାଲି ବ୍ଲକରେ ଆୟୋଜିତ ପୃଥକ ପୃଥକ ଗରିବ କଲ୍ୟାଣ ସମାବେଶରେ ଯୋଗଦେବା ସହ ପୁରାତନ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ ।
ଜୁନ ୧୧ ତାରିଖ ଗସ୍ତର ଶେଷ ଦିନରେ ଶ୍ରୀ ପ୍ରଧାନ ବରଗଡରେ ବିପିସିଏଲର ବାୟୋ ଇଥାନଲ ରିଫାଇନାରୀ ପରିଦର୍ଶନ କରିବା ସହ ବଲାଙ୍ଗୀର ଟାଉନ ଠାରେ ଇନଡୋର ଷ୍ଟାଡିୟମ ଉଦଘାଟନ କରିବେ । ବରଗଡ ନୃସିଂହନାଥ ପାଇକମାଲ ଠାରେ ଗରିବ କଲ୍ୟାଣ ସମାବେଶ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
