ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ, ଯାହା ପ୍ରଶାନ୍ତ ମହାସାଗରରୁ ଉତ୍ପନ୍ନ ହୁଏ । ଏହି ଥଣ୍ତା ଜଳ, ମୌସୁମୀ ସହ ମିଶି ବାତ୍ୟା ସୃଷ୍ଟି କରେ । ପଶୁପାଳକଙ୍କ ମତରେ ଚଳିତ ମେ' ମାସରେ ରେକର୍ଡ ହୋଇଛି ସର୍ବାଧିକ ଗରମ। ମେ'ର ଗ୍ରୀଷ୍ମ ପ୍ରବାହ, ଭାରତ, ପାକିସ୍ତାନ ସହ ଆମେରିକା, ୟୁରୋପ ଓ କାନାଡ଼ାରେ ମଧ୍ୟ ରେକର୍ଡ ଭାଙ୍ଗିଛି ।
ପବନ ପ୍ରବାହରେ ଅନିୟମିତତା ପାଇଁ ମୌସୁମୀ ବାୟୁ ପ୍ରବାହରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚଳିତ ଜାନୁଆରୀରେ ଲା-ନିନୋର ପ୍ରଭାବ କିଛି କମିଥିବା ବେଳେ ଏହା ପୁଣି ଏପ୍ରିଲରୁ ଶକ୍ତିଶାଳୀ ହୋଇଛି । ବିଶ୍ ପାଣିପାଗ ତଥ୍ୟ ଅନୁଯାୟୀ, ଲା-ନିନୋର ପ୍ରଭାବ ଆସନ୍ତା ବର୍ଷ ମଧ୍ୟ ଦେଖିବାକୁ ମିଳିବ ।
ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ମୌସୁମୀ ସ୍ବାଭାବିକ ଅଛି । 15 ଜୁନ ରୁ ଆଜି ମଧ୍ୟରେ ରାଜ୍ୟରେ 98.3 ମିମି ବର୍ଷା ରେକର୍ଡ ହୋଇଛି ଯାହା ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ତୁଳନାରେ 4% ଅଧିକ ରେକର୍ଡ ହୋଇଛି । 16 ଜୁନରେ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ଯାଜପୁର ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରା ଯାଇଛି ।