ପାଣିପାଗ ବିଭାଗ ସୂଚନା ଅନୁସାରେ ଏହି ଲଘୁଚାପ ଶନିବାର ସକାଳ ସୁଦ୍ଧା ଏକ ଡିପ୍ରେସନ ଓ ରବିବାର ସୁଦ୍ଧା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତିକରି ଗୁଜୁରାଟ ଓ ପାକିସ୍ତାନ ଉପକୂଳ ଆଡ଼କୁ ଗତି କରିବ । ଏହି ବାତ୍ୟା ପ୍ରଭାବରେ ଗୋଆ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଉପକୂଳ ମହାରାଷ୍ଟ୍ରରେ ମେ ୧୩ରୁ ୧୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ସାମୁଦ୍ରିକ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ ଓ ପ୍ରାୟ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ।