ହେଲେ କେମିତି ?. ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚିତ ଆସୁଥିବ। ଯେଉଁ କାରରେ ସାଇରସ ବସିଥିଲେ ତାହା ସେଫଟି ଦୃଷ୍ଟିରୁ ଅତିବ ଶ୍ରେଷ୍ଠ ବୋଲି କହିଲେ ଭୁଲ ହେବନି। ଗାଡିର ମଡେଲ ମର୍ସିଡିଜ୍ ଜିଏଲଏ୍ସି ୨୦୦ଡି SUV। ସେଫ୍ଟି ରେଟିଂରେ ଏହା 5 Star ପାଇଥିବା ବେଳେ ଗ୍ଲୋବାଲ ଏନକ୍ୟାପ ଟେଷ୍ଟିଂର ସମସ୍ତ ପାରାମିଟରରେ ଉର୍ତ୍ତୀର୍ଣ୍ଣ ହୋଇଛି। ଯେଉଁଥିରେ ଦୁର୍ଘଟଣା ବେଳେ ପ୍ରାଣହାନୀର ସର୍ବନିମ୍ନ ସମ୍ଭାବନା ଥାଏ।
ହେଲେ ସାଇରସଙ୍କ କ୍ଷେତ୍ରରେ ଏହା ଓଲଟା ହେଲା। ସାମନ୍ୟ ସିଟବେଲ୍ଟ ଲଗାଇ ନ ଥିବାରୁ।
ସ୍କ୍ରିନରେ ଥିବା ଏହି ଆନିମେଟେଡ ଦୃଶ୍ୟକୁ ଦେଖନ୍ତୁ। ଯେଉଁଥିରେ ୪ ଜଣ ବ୍ୟକ୍ତି ଗୋଟିଏ ଆଧୁନିକ କାରରେ ଯାତ୍ରା କରୁଛନ୍ତି। ହେଲେ ଦୁଭାଗ୍ୟ ଡ୍ରାଇଭରଙ୍କ ସମେତ ସମସ୍ତ ସହଯାତ୍ରୀ ବିନା ସିଟବେଲ୍ଟରେ ଯାତ୍ରା କରୁଛନ୍ତି। ଯେତେବେଳେ ଦୁର୍ଘଟଣା ହେଉଛି ସେତେବେଳେ ଡ୍ରାଇଭର ପଛକୁ ପିଟି ହୋଇ ଯାଉଥିବା ବେଳେ, ତାଙ୍କ ପଛରେ ଥିବା ଯାତ୍ରୀ ଜଣକ ସେହି ସିଟ୍ ଉପରେ ୨ ଥର ବାଡେଇ ହୋଇ ଯାଉଛନ୍ତି। ବିପରୀତ ଭାଗରେ ବସିଥିବା ବ୍ୟକ୍ତି ଗାଡିର ସାମ୍ନା କାଚରେ ପିଟି ହେଉଥିବା ବେଳେ ତାଙ୍କ ପଛରେ ଥିବା ବ୍ୟକ୍ତି ଆଗ ସିଟରେ ବାଡେଇ ହୋଇ ଗୁରୁତର ହେଉଛନ୍ତି। ଏହି ଭିଡିଓରେ ଆଗ ଦୁଇ ବ୍ୟକ୍ତିଙ୍କ ଅପେକ୍ଷା ପଛ ଦୁହିଁଙ୍କ ଅବସ୍ଥା ସାଙ୍ଘାତିକ ହେଉଛି।
ଏ ଦୃଶ୍ୟ ଆନିମେଟେଡ । କିନ୍ତୁ ଏହା ହିଁ ସାଇରସ ମୃତ୍ୟୁ ଘଟଣାର ଚିତ୍ର ଆପଣଙ୍କ ସମ୍ମୁଖରେ ଉଜାଗର କରୁଛି। ସୋମବାର ଗୁଜୁରାଟର ଏକ ପାର୍ସି ମନ୍ଦିରରୁ ନିଜ ବନ୍ଧୁଙ୍କ ସହ ଫେରୁଥିଲେ ସାଇରସ୍। ଗାଡିରେ ୪ ଜଣ ଥିଲେ। ଗାଡି ଚଳାଉଥିଲେ ଅନାୟିତା ପାଣ୍ଡୋଲେ, ପାଖରେ ବସିଥିଲେ ଡାରିୟସ୍ ପଣ୍ଡୋଲେ। ପଛ ସିଟରେ ଥିଲେ ସାଇରସ୍ ମିସ୍ତ୍ରୀ ଓ ଯାହାଙ୍ଗୀର ପଣ୍ଡୋଲେ।
ଏବେ ସେହି ଆନିମେଟେଡ୍ ଦୃଶ୍ୟ କଥା ଚିନ୍ତା କରନ୍ତୁ। ଯେତେବେଳେ ରାସ୍ତାରେ ଡିଭାଡରରେ ସାଇରସଙ୍କ ଗାଡି ପିଟି ହୋଇଛି, ସେ ସମୟରେ ଅନାୟିତା ଓ ଡାରିୟସ୍ ଆପତ୍ତକାଳୀନ ସେଫଟି ବଲୁନରେ ଆବଦ୍ଧ ହୋଇଛନ୍ତି। ଏବଂ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ପଛରେ ବସିଥିବା ସାଇରସ୍ ଓ ବନ୍ଧୁ ଯାହାଙ୍ଗୀର ସିଟବେଲ୍ଟ ଲଗାଇ ନ ଥିବାରୁ ଆଗ ପଛ ହୋଇ ପିଟି ହୋଇଛନ୍ତି। ହେଲେ ଠିକ୍ ସମୟରେ ସେଫଟି ଏୟାର ବ୍ୟାଗ୍ ଖୋଲି ନାହିଁ। ତେଣୁ ଶରୀରର ଅନ୍ତରିଣ ଭାଗ ଆଘାତ ପ୍ରାପ୍ତ ହୋଇଛି ଓ ଦୁହିଁଙ୍କ ପ୍ରାଣ ଚାଲି ଯାଇଛି।
କୁହାଯାଉଛି ଯେ, କେବଳ ସିଟବେଲ୍ଟ ଲଗାଇ ନ ଥିବାରୁ ହିଁ ପଛ ଏୟାର ବ୍ୟାଗ ଖୋଲିଲା ନାହିଁ। ଆଉ ଏତେ ବଡ଼ ଦୁର୍ଘଟଣା ଘଟିଗଲା। ମନେ ରଖନ୍ତୁ କୌଣସି ଦାମିକା କାର ଆପଣଙ୍କ ଜୀବନ ବଞ୍ଚାଇପାରିବ ନାହିଁ। ଆପଣ ଯେତେ ଧନବାନ୍ ହୁଅନ୍ତୁ ପଛରେ ସତର୍କତା ନିହାତି ଆବଶ୍ୟକ। ଏଣୁ ଅନୁରୋଧ ଭିଡିଓଟିକୁ ପୁନର୍ବାର ଦେଖନ୍ତୁ। ଗାଡିରେ ବସିଲେ ସିଟବେଲ୍ଟ ଲଗାନ୍ତୁ । ମୃତ୍ୟୁ ନୁହେଁ ଜୀବନକୁ ବାଛନ୍ତୁ।