ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଖରାପ ପାଗ ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି । ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି ନେପାଳ ସରକାର । ଜରୁରୀ କ୍ୟାବିନେଟ ବୈଠକ ଡାକିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଳ ଧହଲ । ଭାରତୀୟ ଏମବାସି ପକ୍ଷରୁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ତେବେ ଆଭିଏସନ ସେଫ୍ଟି ଡାଟାବେସ ତଥ୍ୟ ଅନୁସାରେ ବିମାନ ପାଇଁ କାଳ ହେଉଛି ନେପାଳ ଆକାଶମାର୍ଗ। ଗତ ୩୦ ବର୍ଷ ମଧ୍ୟରେ ନେପାଳରେ ୨୭ଟି ବିମାନ ଦୁର୍ଘଟଣା ହୋଇଛି । କେବଳ ୨୦୧୨ରୁ ୨୦୨୨ ମଧ୍ୟରେ ୧୦ଟି ଦୁର୍ଘଟଣା ହୋଇଛି । ମୁଖ୍ୟତଃ ଦୁର୍ଗମ ପାହାଡ଼, ଖରାପ ପାଗ, ପୁରୁଣା ବିମାନ ଓ ଅଭିଜ୍ଞ ଚାଳକଙ୍କ ଅଭାବରୁ ଏଭଳି ଦୁର୍ଘଟଣା ଘଟୁଛି । ଗତବର୍ଷ ମେ ୨୯ରେ ହୋଇଥିବା ତାରା ଏୟରଲାଇନ୍ସର ଦୁର୍ଘଟଣାରେ 22 ଜଣ ଯାତ୍ରୀଙ୍କ ସହ ୪ ଜଣ ଓଡ଼ିଆ ପ୍ରାଣ ହରାଇଥିଲେ । ତେବେ ତଦନ୍ତ ପରେ ୟେଟି-T72 ବିମାନ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ବିଦେଶ ଖବର ଆହୁରି ପଢନ୍ତୁ ।