ଖୁବଶୀଘ୍ର ଦେଶରେ ୨ବର୍ଷରୁ ଅଧିକ ଛୁଆଙ୍କୁ ମିଳିପାରେ କରୋନା ଟିକା । ୨-୧୮ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟିକାର କ୍ଲିନିକାଲ୍ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ ବା DCGI । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଖୁବଶୀଘ୍ର ଦେଶର ବିଭିନ୍ନ ସ୍ଥାନରେ ୫୨୫ ଜଣଙ୍କ ପାଖରେ କୋଭାକ୍ସିନ୍ ଟିକାର ଟ୍ରାଏଲ୍ କରିବ ଭାରତ ବାୟୋଟେକ୍ ।
୨-୧୮ ବର୍ଷ ପିଲାଙ୍କ ଉପରେ କୋଭାକ୍ସିନ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ପ୍ରସ୍ତାବ ଉପରେ ଗତକାଲି ଟିକାକରଣ ସମ୍ପର୍କିତ ସବଜେକ୍ଟ ଏକ୍ସପର୍ଟ କମିଟି ମୋହର ମାରିଥିଲା ।