ବାଂଲାଦେଶ ଢାକାର ବନାନୀ ଅଞ୍ଚଳରେ ଥିବା ବୃହସ୍ପତିବାର ନାମକ ଏକ ୨୨ ତାଲା ବିଲଡିଙ୍ଗରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୧୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ଜଣେ ଶ୍ରୀଲଙ୍କା ନାଗରିକ ମଧ୍ୟ ରହିଛନ୍ତି । ଏହି ଘଟଣାରେ ୫୦ ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି । ନିଆଁ ଏତେ ଗମ୍ଭୀର ଭାବରେ ଲାଗିଥିଲା ଯାହାକୁ ଆୟତ୍ତ କରିବାକୁ ୨୧ ଟି ଦମକଳ ବାହିନୀ ସହ ବାଙ୍ଗଲାଦେଶ ଆର୍ମି ଏବଂ ଏୟାରଫୋର୍ସର ୫ ଟି ହେଲିକେପ୍ଟର ଏବଂ ନୌସେନା କମାଣ୍ଡୋଙ୍କୁ ଆସିବାକୁ ପଡିଥିଲା ।
[caption id="attachment_67777" align="alignnone" width="507"]
ଯେଉଁ ବିଲଡିଙ୍ଗରେ ଏହି ନିଆଁ ଲାଗିଥିଲା ସେଠାରେ କପଡା ସମେତ ଇଣ୍ଟରନେଟ୍ ଯୋଗାଉଥିବା ଅନେକ ଦୋକାନ ଥିଲା । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ସମସ୍ତ ଗୁରୁତରମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି ।
