ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝଲସିଥିଲା ପୁରା ଷ୍ଟାଡିଅମ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୃତ୍ୟ ଗୀତ ପରିବେଶଣ ହୋଇଥିଲା । ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମଗ୍ର ଭାରତ ଏବଂ ବିଶ୍ବରୁ ଆସିଥିବା ସମସ୍ତ ଖେଳାଳି ଏବଂ ଚେସ ପ୍ରେମୀଙ୍କୁ ସ୍ୱାଗତ କରିଥିଲେ । "ଆଜାଦୀ କା ଅମୃତ ମହୋତ୍ସବ” ସମୟରେ ଚେସରେ ସବୁଠାରୁ ସମ୍ମାନଜନକ ଟୁର୍ନାମେଣ୍ଟ, ‘ଚେସର ଘର ଭାରତ’କୁ ଆସିଛି ବୋଲି ସେ କହିଛନ୍ତି । ଚେସ ସହିତ ତାମିଲନାଡୁର ଦୃଢ ଐତିହାସିକ ସମ୍ପର୍କ ରହିଛି । ଏହି କାରଣରୁ ଏହା ଭାରତ ପାଇଁ ଏକ ଚେସ୍ ପାୱାରହାଉସ୍ । କ୍ରୀଡ଼ାରେ ପରାଜୟ ନାହିଁ । ସେଠାରେ ବିଜେତା ଅଛନ୍ତି ଏବଂ ଭବିଷ୍ୟତର ବିଜେତା ମଧ୍ୟ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଚେନ୍ନାଇରେ ଅନୁଷ୍ଠିତ ହେଉଛି ୪୪ତମ ଚେସ୍ ଅଲମ୍ପିଆଡ୍

ଅର୍ଗସ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଖେଳ ଚେସ୍ ର ଜନ୍ମ ଭାରତରେ । ଭାରତରୁ ଏହା ବିଶ୍ବର ଅନ୍ୟ ଦେଶକୁ ଯାଇଛି । ଏବେ ଚେନ୍ନାଇରେ ଅନୁଷ୍ଠିତ ହେଉଛି ୪୪ତମ ଚେସ୍ ଅଲମ୍ପିଆଡ୍ । ଇଣ୍ଟରନ୍ୟାସନାଲ ଚେସ୍ ଅଲମ୍ପିଆଡ୍ ହେଉଛି ବିଶ୍ବର ସର୍ବବୃହତ ଚେସ୍ ପ୍ରତିଯୋଗିତା । ଚେନ୍ନାଇର ଜେ.ଏଲ.ଏନ୍ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିଆଡର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଆର.ଏନ. ରବି, ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ଆର ମୁରୁଗନ ଏବଂ ଆନ୍ତର୍ଜାତୀୟ ଚେସ ମହାସଂଘର ସଭାପତି ଉପସ୍ଥିତ ଥିଲେ ।
Download Argus News App
