ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ ସମର୍ପଣ ଦିବସ କାର୍ଯ୍ୟକ୍ରମରେ ବିଜେପିର ସାଂସଦମାନଙ୍କୁ ସମ୍ବୋଧିତ କରିବେ। ଆସନ୍ତାକାଲି ଦିବା 11ଟା ସମୟରେ ଏହି କାର୍ଯ୍ୟକ୍ରମ ହେବ। ନୂଆଦିଲ୍ଲୀ ସ୍ଥିତ ଡଃ ବାବାସାହେବ ଆମ୍ବେଦକର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ହେବ। 1968 ମସିହା ପେବୃଆରୀ 11 ତାରିଖରେ 51 ବର୍ଷ ବୟସରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ମୃତ୍ୟୁ ହୋଇଥିଲା।
ଦୀନଦୟାଲ ଉପାଧ୍ୟାୟ 1951 ମସିହାରେ ଭାରତୀୟ ଜନ ସଂଘର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ ଜଣେ ଜଣାଶୁଣା ଚିନ୍ତକ, ଦାର୍ଶନିକ ତଥା ଭାରତୀୟ ଜନ ସଂଘର ସହ-ପ୍ରତିଷ୍ଠାତା। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ 25 ସେପ୍ଟେମ୍ବର 191 ରେ ମଥୁରାରେ ଜନ୍ମଗ୍ରହଣ କରିଥିଲେ। ପଣ୍ଡିତ ଦୀନଦୟାଲ ଯେତେବେଳେ ସ୍ନାତକୋତ୍ତର ପଢୁଥିଲେ ସେତେବେଳେ ରାଷ୍ଟ୍ରିୟ ସ୍ଵୟଂସେବକ ସଂଗଠନ (ଆରଏସଏସ) ସହ ଯୋଗାଯୋଗ କରିଥିଲେ ଏବଂ ସେ ଆରଏସଏସ ପ୍ରଚାରକ ହୋଇଥିଲେ। ପ୍ରକାଶ ଥାଉକି, ଏକ ପ୍ରଚାରକ ହେବା ପୂର୍ବରୁ, ସେ 1939 ଏବଂ 1942 ମସିହାରେ ଆରଏସଏସ ଶିକ୍ଷା କ୍ଷେତ୍ରରେ ତାଲିମ ପ୍ରାପ୍ତ ହୋଇଥିଲେ ଏବଂ ଏହି ତାଲିମ ପରେ ତାଙ୍କୁ ପ୍ରଚାରକ କରାଯାଇଥିଲା।
1951 ମସିହାରେ ଭାରତୀୟ ଜନ ସଂଘର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଏହି ଦଳ ଗଠନ କରିବାର ସମସ୍ତ କାର୍ଯ୍ୟ କରିଥିଲେ। 11 ଫେବୃଆରୀ 1968 ରେ ପଣ୍ଡିତ ଦେନ୍ଦୟାଲ ଉପାଧ୍ୟାୟ ଏହି ଜଗତକୁ ବିଦାୟ ଦେଇଥିଲେ।