ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ରାଜଧାନୀ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଚିନ୍ତାଜନକ । ରବିବାର ସକାଳୁ ଧୂଆଁର ଏକ ଘନ ଆସ୍ତରଣ ସହ ବାୟୁର ଗୁଣବତ୍ତା `ଅତ୍ୟନ୍ତ ଖରାପ' ସ୍ଥିତିରେ ରହିଛି । ସକାଳୁ AQI 355 ରେକର୍ଡ କରାଯାଇଛି । ଦିଲ୍ଲୀ ବାସୀଙ୍କ ଚିନ୍ତା ବଢାଇଛି ପ୍ରଦୂଷଣ । ବିଶେଷଜ୍ଞଙ୍କ ମତରେ, ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଲେ ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବିଗିଡ଼ିବାରେ ଲାଗିଛି । ଲୋକଙ୍କ ନିଶ୍ବାସ, ପ୍ରଶ୍ବାସ ନେବାରେ ବାଧା ଉପୁଜେ । ସେହିପରି ବାୟୁ ସହ ଦିଲ୍ଲୀର ଜଳ ପ୍ରଦୂଷଣ ବି ସାଙ୍ଘାତିକ ସ୍ତରରେ ପହଞ୍ଚିଛି । ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ ।
ଅଧିକ ପଢ଼ନ୍ତୁ ଦେଶ ଖବର: