ଗୋଏଲ ଆହୁରି ମଧ୍ୟ କହିଛନ୍ତି ଯେ "ଯେତେବେଳେ ମୁଁ ୧୯୯୩ରେ ଜଣେ ବିଧାୟକ ଥିଲି, ସେତେବେଳେ ଏହି ଟନେଲ ବିଷୟରେ ଶୁଣିବାକୁ ପାଇଥିଲି। ଆଉ ଏବେ ମୁଁ ଏହାର ଇତିହାସ ଖୋଜିବାକୁ ଚେଷ୍ଟା କରୁଛି।’
ବର୍ତ୍ତମାନ ଏହି ଟନେଲର ସାମ୍ନା ପଟ ଠାବ ହୋଇଥିବା ବେଳେ ମେଟ୍ରୋ ପ୍ରକଳ୍ପ ଏବଂ ସ୍ୱେରେଜ୍ ସ୍ଥାପନ ଯୋଗୁଁ ଟନେଲର ସମସ୍ତ ରାସ୍ତା ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି। ଗୋଏଲଙ୍କ ସୂଚନା ମୁତାବକ ୧୯୧୨ରେ କୋଲକାତାଠାରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ କେନ୍ଦ୍ରୀୟ ବିଧାନସଭା ଭାବରେ ଏହା ବ୍ୟବହୃତ ହୋଇଥିଲା। ୧୯୨୬ ମସିହାରେ ଏହାକୁ ଏକ କୋର୍ଟ ଭାବେ ବ୍ୟବହାର କରୁଥିଲେ ବ୍ରିଟିସରମାନେ। ଆଉ ଏହି ସୁଡଙ୍ଗ ବାଟ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କୁ କୋର୍ଟକୁ ଆଣାଯାଉଥିଲା।
ଭାରତ ଚଳିତ ବର୍ଷ ସ୍ୱାଧୀନତାର ୭୫ତମ ବର୍ଷ ପାଳୁଥିବା ବେଳେ ବିଧାନସଭାର ଏହି ନିଷିଦ୍ଧ କୋଠରୀ(ସୁଡଙ୍ଗ ଥିବା କୋଠରୀ) ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ଏକ ସ୍ମୃତୀ ଚିହ୍ନ ଭାବେ ଦେଶବାସୀଙ୍କ ସମକ୍ଷରେ ଉପସ୍ଥାପିତ କରିବାକୁ ଚେଷ୍ଟା କରାଯିବ ବୋଲି ଗୋଏଲ କହିଛନ୍ତି।