ନୂଆଦିଲ୍ଲୀ: ନିର୍ବାଚନ କମିଶନର ଆଜି ନିର୍ବାଚନ ଭବନରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଘୋଷଣା ପାଇଁ ପ୍ରେସ କନଫରେନ୍ସ ଡାକିଛନ୍ତି । ଏହି ଘୋଷଣା ଆଜି ଅପରାହ୍ନ 3.30 ମିନିଟ୍ରେ ହେବ । ନିର୍ବାଚନ କମିଶନର ଆଜି ଗଣମାଧ୍ୟମକୁ ଅପରାହ୍ନ 3ଟା15ରେ ନିର୍ବାଚନ ଭବନକୁ ପହଞ୍ଚିବାକୁ କହିଛନ୍ତି । ଯେଉଁଠାରେ ଦିଲ୍ଲୀ ନିର୍ବାଚନର ତାରିଖ ଘୋଷଣା ହେବା ସହ ଦିଲ୍ଲୀରେ ଆଚାର ସଂହିତା ମଧ୍ୟ ଲାଗୁକରାଯିବ ।
ଆଚାର ସଂହିତା ଲାଗୁ କରାଯିବା ପରେ ସବୁ ପ୍ରକାର ସରକାରୀ ଘୋଷଣା ଉପରେ ରୋକ ଲଗାଯିବ । ଏଥିସହିତ ରାଜନୈତିକ ଦଳମାନଙ୍କର ବିଜ୍ଞାପିତ ପୋଷ୍ଟର, ବ୍ୟାନର ହୋର୍ଡିଙ୍ଗି ପ୍ରଭୃତି ପ୍ରଚାର ସାମଗ୍ରୀକୁ ହଟାଇ ଦିଆଯିବ ।
ଏଠି କହି ରଖୁଛୁ ଯେ, ଦିଲ୍ଲୀରେ ପାଖାପାଖି 70 ବିଧାନସଭା ସିଟ୍ ରହିଛି । ଏ ସମସ୍ତ ସିଟ୍ ପାଇଁ ନିର୍ବାଚନ ହେବ । 70 ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ 22 ଫେବୃଆରିରେ ଶେଷ ହେଉଛି । ନିୟମନୁସାରେ କାର୍ଯ୍ୟକାଳ ସରିବା ପୂର୍ବରୁ ନିର୍ବାଚନ ଶେଷ କରି ନୂଆ ବିଧାନସଭା ଗଠନ କରାଯାଇଥାଏ ।
Election Commission of India to announce schedule of Delhi Elections at 3.30 pm today pic.twitter.com/AHoHBOdbBf
— ANI (@ANI) January 6, 2020

