ନୂଆଦିଲ୍ଲୀ: ସରିଲା ଦିଲ୍ଲୀ ନିର୍ବାଚନୀ ହାଇଭୋଲଟେଜ ପ୍ରଚାର । ଏବେ ଅପେକ୍ଷା ମତଦାନକୁ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଶନିବାରଦିନ ଭୋଟଗ୍ରହଣ ହେବ । ଏହି ଭିତ୍ତିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ । ଶେଷ ଦିନରେ ସବୁ ଦଳ ନିଜ ନିଜ କ୍ୟାମ୍ପେନିଂକୁ ଯୋରଦାର କରିଥିଲେ। ଭୋଟରଙ୍କୁ ମନାଇବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି ସବୁ ଦଳର ନେତା ଓ କର୍ମୀ ।
ଭୋଟରଙ୍କ ମନ ଜିଣିଇବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳର ନେତା । ପ୍ରଚାରର ଶେଷଦିନରେ ଆଜି ଆମ ଆଦମୀପାର୍ଟି, ବିଜେପି ଓ କଂଗ୍ରେସ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ଆଜି ଶେଷ ଦିନରେ ଦମ୍ଦାର ପ୍ରଚାର ଚାଲିଥିଲା । ଦିଲ୍ଲୀର ରାସ୍ତା, ଗଳିକନ୍ଦିରେ ଦଳୀୟ ନେତାମାନଙ୍କର ଭିଡ ଲାଗିଥିଲା । କେଉଁଠି ରୋଡ ଶୋ ତ ଆଉ କେଉଁଠି ଭିଡ ଜମିଥିବାର ଦେଖିବାକୁ ମିଳିଛି ।
ଦିଲ୍ଲୀର ଏହି ନିର୍ବାଚନୀ ପ୍ରଚାରରେ ଅଭିନେତା ବା ବିଜେପି ସାଂସଦ ସନି ଦେଓଲଙ୍କୁ ପ୍ରଚାର କରିବାର ଦେଖାଯାଇଥିଲା । ସନି ଦେଓଲ ଉତ୍ତମ ନଗର ବିଧାନସଭା ଅଞ୍ଚଳ ପାଇଁ ବିଜେପି ପାର୍ଥିଙ୍କ ପାଇଁ ରୋଡ ଶୋ କରିଥିଲେ । ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ପାର୍ଟି ପାଇଁ ପ୍ରଚାରରେ ଲଗାତର ଲାଗିଛନ୍ତି । ଆଜି ଶେଷ ଦିନରେ ଅମିତ ଶାହଙ୍କ ସହ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ୱାନ ଓ ମନୋଜ ତିଓ୍ୱାରୀ ମଧ୍ୟ ନଜର ଆସିଥିଲେ । ସେହିପରି କେଜରିଓ୍ୱାଲ ମଧ୍ୟ ଲଗାତର ରୋଡ ଶୋରେ ଲାଗିଛନ୍ତି । ଆଜି ସେ ଶେଷ ଦିନରେ ମଧ୍ୟ ପ୍ରଚାରେ ଲାଗିଥିଲେ କେଜରିଓ୍ୱାଲ ।
ଏପଟେ ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ସାମିଲ ହୋଇ ପ୍ରଚାର କରିଛନ୍ତି । ଶୋଭାଯାତ୍ରା ଓ ଡୋରୁ ଟୁ ଡୋର କ୍ୟାମ୍ପେନକୁ ସବୁ ପାର୍ଟି ଜୋରଦାର କରିଛନ୍ତି । ଦିଲ୍ଲୀରେ ଲଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବା ବେଳେ ବିଜେପିବି ଆପକୁ ଟକ୍କର ଦେବା ପାଇଁ ଜୋରଦାର ପ୍ରଚାର ଚଳାଇଛି । ଏଥର ନିର୍ବାଚନରେ କିଏ କାହାକୁ ମାତ ଦେବ ଓ ଦିଲ୍ଲୀ ସିଂହାସନରେ କିଏ ବସିବ ତାହା 11ତାରିଖ ଫଳାଫଳ ବାହାରିବା ପରେ ଜଣାପଡ଼ିବ ।
