ଏଥି ପାଇଁ ଦେଶର ଜଣାଶୁଣା ୪ ଜଣ କୋରିଓଗ୍ରାଫରଙ୍କୁ ନିୟୋଜିତ କରାଯାଇଛି । ଯେଉଁଥିରେ ଦୁଇଜଣ ଓଡ଼ିଆ ଖ୍ୟାତି ସଂପନ୍ନ ଓଡ଼ିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ ଏବଂ ନିବେଦିତା ମହାପାତ୍ର ସାମିଲ ହୋଇଛନ୍ତି । ଏ ନେଇ ଓଡ଼ିଶାର କଳାକାର ଏବଂ କୋରିଓଗ୍ରାଫର ନିବେଦିତା ମହାପାତ୍ରଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ପ୍ରତିନିଧି ଗଗନ ବିଶ୍ବାଳ ।
କର୍ତ୍ତବ୍ୟ ପଥରେ ବିଶ୍ବ ଦେଖିବ ଓଡିଶୀ ନୃତ୍ୟ

ଅର୍ଗସ ବ୍ୟୁରୋ : କର୍ତ୍ତବ୍ୟ ପଥ ରେ ବିଶ୍ୱ ଦେଖିବ ଓଡ଼ିଶାର ଓଡିଶୀ ନୃତ୍ୟ, ପୁରୀର ସାହିତ୍ୟ ଏବଂ କେନ୍ଦୁଝରର ଆଦିବାସୀ ଝୁମର ନୃତ୍ୟ । ପରେଡ଼ର ଶେଷ 10 ମିନିଟ ଅବଧିରେ ବନ୍ଦେ ଭାରତ ନୃତ୍ୟ ପରିବେଷଣ ହେବ । ଏହି ନୃତ୍ୟରେ ଦେଶର ପାରମ୍ପରିକ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ । ଏ ନେଇ ପ୍ରସ୍ତୁତି ଜୋରଦାର ।
Download Argus News App
