ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଆମ୍ ଆଦମୀ ପାର୍ଟି ନେତା ସିସୋଡିଆଙ୍କୁ ନେଇ ଶୁକ୍ରବାର ସିବିଆଇ ମାମଲାର ଶୁଣାଣି କରିଥିଲା। ରୌଜ୍ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁନ ୨ ପର୍ଯ୍ୟନ୍ତ ବଢାଇ ଥିବା ଘୋଷଣା କରାଯାଇଥିଲା।
ସୂଚନାଯୋଗ୍ୟ, ଗୁରୁବାର ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇ କହିଛନ୍ତି ଦିଲ୍ଲୀ ସରକାରଙ୍କୁ ଅଧିକାରୀଙ୍କ ପୋଷ୍ଟ ଏବଂ ସ୍ଥାନାନ୍ତର କରିବାର ଅଧିକାର ରହିବ। ଏହି ନିଷ୍ପତ୍ତି ପରେ ଆପକୁ ସାମାନ୍ୟ ଆଶ୍ବସ୍ତି ମିଳିଛି।