ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ଦ୍ଵିତୀୟ ଥର ପାଇଁ ଲକଡାଉନ କଟକଣା ଲାଗୁ ହେବାର କୌଣସି ସମ୍ଭାବନା ନାହିଁ। ଏବେ ଦିଲ୍ଲୀରେ ଅଧିକରୁ ଅଧିକ କରୋନା ଟେଷ୍ଟ ହେଉଛି। ଆଗକୁ ଏହାର ମାତ୍ରା ଆହୁରି ଅଧିକ ବୃଦ୍ଧି କରାଯିବ। ତେବେ ଛଠ୍ ପୂଜାକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ପୂଜା ସମୟରେ ଭିଡ଼ ସୃଷ୍ଟି ହେଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ତେଣୁ ଘାଟ ଗୁଡ଼ିକରେ କଟକଣା ଲାଗୁ କରାଯାଇଛି।
ଦିଲ୍ଲୀରେ ଫେରିବନି ଲକଡାଉନ, ବନ୍ଦ ହୋଇପାରେ ବଜାର- ସତ୍ୟେନ୍ଦ୍ର ଜୈନ

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ଫେରିନି ଲକଡାଉନ। ତେବେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ସମୟ ପାଇଁ ଦିଲ୍ଲୀରେ ବଜାର ସବୁକୁ ବନ୍ଦ ରଖିଯାଇପାରେ। ଏନେଇ ସ୍ପଷ୍ଟୋକ୍ତି ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।
Download Argus News App
