ବୋର୍ଡରୁ ଅନୁମତି ନ ମିଳିବା ପରେ ମହିଳା ଜଣଙ୍କ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ପ୍ରତିଭା ସିଂ ମହିଳାଙ୍କ ଆବେଦନ ଶୁଣି ଥିଲେ ଏବଂ ହସ୍ପିଟାଲର ନ୍ୟୁରୋସର୍ଜନ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପିଲା ଜନ୍ମ ହେଲେ ଭବିଷ୍ୟତରେ ସମସ୍ୟାରେ ପଡ଼ିବ ବୋଲି ଜଣା ପଡ଼ିଥିଲା । ତେଣୁ ବିଚାରପତି ନିଷ୍ପତ୍ତି ଦେଇଥିଲେ ଯେ ଭାରତୀୟ ଆଇନ ଅନୁସାରେ ଗର୍ଭାବସ୍ଥାକୁ ଆଗକୁ ବଢାଇବା କିମ୍ୱା ନବଢାଇବା କେବଳ ମାଆର ନିଷ୍ପତ୍ତି । ଏଥିପାଇଁ ମହିଳାଙ୍କୁ ଗର୍ଭପାତର ଅନୁମତି ଦିଆଯାଉଛି ବୋଲି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତି ଆଣିଛି ପରିବର୍ତ୍ତନ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ୩୩ ସପ୍ତାହର ଭ୍ରୁଣକୁ ଗର୍ଭପାତ ପାଇଁ ଅନୁମତି ପ୍ରଦାନ । ଆଇନ ଅନୁସାରେ ୨୪ ସପ୍ତାହର ଭ୍ରୁଣକୁ ଗର୍ଭପାତ କରିବାର ଅନୁମତି ରହିଛି । ମାତ୍ର ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତି ଏଥିରେ ଆଣିଛି ପରିବର୍ତ୍ତନ । ଭ୍ରୁଣର ମସ୍ତିଷ୍କରେ ସମସ୍ୟା ରହିଥିଲା ସେଥିପାଇଁ ଗର୍ଭପାତର ଅନୁମତି ମାଗିଥିଲେ ଜଣେ ମହିଳା । ମାତ୍ର ଦିଲ୍ଲାର ଏଲଏନଜେପି ହସ୍ପିଟାଲର ମେଡିକାଲ ବୋର୍ଡ ମହିଳାଙ୍କ ଅପିଲ ଗ୍ରହଣ କରି ନଥିଲା ।
Download Argus News App
