ହାଇକୋର୍ଟ କହିଛନ୍ତି ଯେ, ଦିଲ୍ଲୀରେ କରୋନା ସଂକ୍ରମଣ ଅବସ୍ଥା ସମ୍ପର୍କରେ ଆବେଦନକାରୀ ବୋଧହୁଏ ତଥ୍ୟ ରଖି ନାହାଁନ୍ତି। କୌଣସି ଧର୍ମର ପର୍ବ ପାଳନ କରିବାକୁ ହେଲେ ବଞ୍ଚିବା ପ୍ରଥମ ଆବଶ୍ୟକ। ପୂର୍ବରୁ କେଜ୍ରିୱାଲ ସରକାର ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଭିଡ଼ ଜମାଇବାର ବିପଦ ରହିଥିବା ନେଇ ଛଟ୍ ପୂଜା ଉପରେ ରୋକ ଲଗାଇଥିଲେ। ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ନକରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଛଟ୍ ପୂଜା ଆୟୋଜନ କରୁଥିବା କମିଟି ଦିଲ୍ଲୀ ସରକାରଙ୍କ ଏହି ଆଦେଶକୁ ବିରୋଧ କରିଛନ୍ତି। COVIDର ସାମାଜିକ ଦୂରତା ନିୟମ ଅନୁସରଣ କରି ଅନୁମତି ଦେବା ପାଇଁ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ଦାବି କରିଥିଲେ।
ସର୍ବସାଧାରଣରେ ଛଟ୍ ପୂଜାକୁ ଅନୁମତି ଦେଲେ ନାହିଁ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ସର୍ବସାଧାରଣରେ ଛଟ୍ ପୂଜାକୁ ଅନୁମତି ଦେଲେ ନାହିଁ ଦିଲ୍ଲୀ ହାଇକୋର୍ଟ। ଏହି ପର୍ବ ପାଇଁ ଜୀବନ୍ତ ରହିବା ପ୍ରଥମେ ଆବଶ୍ୟକ ବୋଲି କହିଛନ୍ତି କୋର୍ଟ। ତେବେ କୋର୍ଟ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। କରୋନାକୁ ଦୃଷ୍ଟିରେ ରଖି କୋର୍ଟ ଜାତୀୟ ରାଜଧାନୀର ଯମୁନା ଘାଟରେ ଛଟ ପୂଜା ଉତ୍ସବ ପାଳନ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି।
Download Argus News App
