୫G ଡିଜିଟାଲ ଇଣ୍ଡିଆର ବଡ଼ ସଫଳତା। 2014 ଯାଏଁ ଭାରତ ବିଦେଶରୁ ମୋବାଇଲ ଆମଦାନୀ କରୁଥିଲା। 2014ରେ ଦେଶରେ 2ଟି ମୋବାଇଲ ମାନ୍ୟୁଫାକଚରିଂ କମ୍ପାନୀ ପ୍ରସ୍ତୁତ ହୋଇଛି। ଏବେ ସଂଖ୍ୟା 200 ଟପି ସାରିଛି। ମୋବାଇଲ ଉତ୍ପାଦନରେ ଭାରତ ବିଶ୍ବରେ ଦୁଇ ନମ୍ବର। ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଅନେକ ମାତ୍ରାରେ ଆତ୍ମନିର୍ଭର। 2014ରେ ଦେଶରେ 6 କୋଟି ବ୍ରଡବ୍ୟାଣ୍ଡ ୟୁଜର। ଏବେ ସଂଖ୍ୟା 80 କୋଟି ଟପି ସାରିଛି ।
2014ରେ 100ଟି ପଞ୍ଚାୟତରେ ଅପଟିକାଲ୍ ଫାଇଭର୍ । ୪G ଲଞ୍ଚ ପରେ ଦେଶରେ ଡିଜିଟାଲକ୍ରାନ୍ତି ଆସିଛି । ଦେଶରେ ଡିଜିଟାଲ ଚିନ୍ତାଧାରା ବିକଶିତ ହୋଇସାରିଛି । ଗ୍ରାମୀଣ ଇଲାକାରେ ଇଣ୍ଟରନେଟ୍ ୟୁଜରଙ୍କ ସଂଖ୍ୟା ବଢ଼ିଛି । ସରକାର ଗୋଟିଏ କ୍ଲିକରେ ହିଁ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବେ । ବିଶ୍ବରେ ସବୁଠୁ ଶସ୍ତା ଡାଟା ଭାରତରେ ମିଳୁଛି ।
ପୂର୍ବରୁ ୧GB ଡାଟା ପାଇଁ 300 ଟଙ୍କା ଖର୍ଚ୍ଚ ହେଉଥିଲାଏବେ ପ୍ରାୟ ୧GB ପାଇଁ 10 ଟଙ୍କା ଖର୍ଚ୍ଚ । ଏକବିଂଶ ଶତାବ୍ଦୀରେ ରାଜ୍ କରିବ ଭାରତ । କିଛି ସପ୍ତାହ ପୂର୍ବରୁ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ବନିଛି । ଏବେ ୫G ସାହାଯ୍ୟରେ ଆମ ଯୁବବର୍ଗ ଟେକ୍ନୋଲୋଜିର ବିକାଶ କରିବେ । ସାରା ବିଶ୍ୱର ନଜର ଭାରତ ଆଡ଼କୁ ଟାଣିବେ । ଉଦ୍ୟୋଗୀମାନେ ସଫଳତାର ନୂଆ ଶିଖର ଛୁଇଁପାରିବେ । ଆଜିର ଅବସର ଦେଶର ନାଗରିକଙ୍କ ପାଇଁ ନୂଆ ସୁଯୋଗ ଆଣିଛି ।