ଜାତୀୟ ରାଜଧାନୀରେ ମେୟର୍ ନିର୍ବାଚନ କରିବା ପାଇଁ ପ୍ରଥମେ ‘ଦିଲ୍ଲୀ ମୁନିସ୍ପାଲ୍ କର୍ପୋରେସନ୍’ ଜାନୁଆରି ୩୦ ତାରିଖକୁ ଦିନ ନିର୍ଦ୍ଧାରଣ କରିଥିଲା । ମେୟର୍ ଓ ଡେପୁଟି ମେୟର୍ ପଦବୀ ପାଇଁ ହେଉଥିବା ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚିତ ‘ବିଜେପି’ର ୭ଜଣ ଲୋକସଭା ସଦସ୍ୟ, ‘ଆପ୍’ର ୩ଜଣ ରାଜ୍ୟସଭା ସାଂସଦ ଏବଂ ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କଦ୍ବାରା ମନୋନୀତ ୧୪ଜଣ ବିଧାୟକ ମଧ୍ୟ ଅଂଶ ଗ୍ରହଣ କରିବେ । ୨୫୦ ଆସନବିଶିଷ୍ଟ ‘ଏମ୍ସିଡି ହାଉସ୍’ରେ ‘ଆପ୍’ର ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ରହିଛି ।
୯ଜଣ କାଉନ୍ସିଲର୍ ଥିବା କଂଗ୍ରେସ ନିର୍ବାଚନରେ ଭାଗ ନେବନାହିଁ ବୋଲି ସ୍ଥିର କରିଛି। ସିକ୍ରେଟ୍ ବା ଗୁପ୍ତ ବାଲଟ୍ ଜରିଆରେ ମେୟର୍ ନିର୍ବାଚନ ହେଉଥିବାରୁ କାଉନ୍ସିଲର୍ମାନେ ଅବାଧରେ ଯେକୌଣସି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ପାରିବେ ବୋଲି ସେଠାରେ ବ୍ୟବସ୍ଥା ରହିଛି । ପୂର୍ବରୁ ମେୟର ନିର୍ବାଚନ ବେଳେ ହଟ୍ଟଗୋଳ ହେବାରୁ ତାହା ସ୍ଥଗିତ ରହିଥିଲା ।