ଆଜି ମେୟର, ଡେପୁଟି ମେୟର ନିର୍ବାଚନ ସହ ଏମସିଡି ଷ୍ଟାଣ୍ଡିଂ କମିଟି ପାଇଁ ମଧ୍ୟ ନିର୍ବାଚନ ହେବ। ଏହା ପୂର୍ବରୁ ଜାନୁଆରି ୬ ଓ ୨୪ରେ ଦିଲ୍ଲୀ ମେୟର ନିର୍ବାଚନ କରିବା ନେଇ ସ୍ଥିର କରାଯାଇଥିଲା । କିନ୍ତୁ କିଛି ଆପ୍ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ଝଗଡ଼ା ହେବା ପରେ ମେୟର, ଡେପୁଟି ମେୟର ଓ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନିର୍ବାଚନ ହୋଇପାରି ନଥିଲା। ପ୍ରିଜାଇଡିଂ ଅଫିସର ପ୍ରଥମେ ୧୦ ଜଣ ପ୍ରତିନିଧିଙ୍କ ଶପଥ ଗ୍ରହଣ ପାଇଁ ନିଷ୍ପତ୍ତି ନେବାରୁ ଏହାକୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିଲା । ତେବେ ଆଜି ହେବାକୁ ଥିବା ଦିଲ୍ଲୀ ମେୟର ନିର୍ବାଚନ ଉପରେ ରହିଛି ସାରା ଦେଶର ନଜର ।
ଅଧିକ ରାଜନୀତି ନ୍ୟୂଜ଼ ପଢନ୍ତୁ