ବିଜେପିର ସର୍ଭରେ ୨୫୦ରୁ ୧୫୦ ୱାର୍ଡରେ ଦଳର ସ୍ଥିତି ମଜଭୁତ ରହିଛି । ଅନ୍ୟପଟେ ୨୦-୨୫ ଏପରି ୱାର୍ଡ ରହିଛି ଯେଉଁଠି ପାର୍ଟିକୁ କଡା ଟକ୍କର ମିଳିପାରେ କିନ୍ତୁ ବିଜେପି ହିଁ ବିଜୟୀ ହେବ । ୨୦୧୭ ଏମସିଡି ନିର୍ବାଚନରେ ମୋଟ ୨୭୦ ୱାର୍ଡ ମଧ୍ୟରୁ ବିଜେପି ୧୮୧ରେ ବିଜୟୀ ହୋଇଥିଲା । ଅନ୍ୟପଟେ ଆପ୍ ୪୮ ଏବଂ କଂଗ୍ରେସ ୩୦ ୱାର୍ଡରେ ବିଜୟୀ ହୋଇଥିଲେ । ଏଥର ମୋଟ ୨୫୦ ୱାର୍ଡ ପାଇଁ ସବୁ ରାଜନୈତିକ ଦଳ ନିର୍ବାଚନୀ ମୈଦାନରେ ରହିଛନ୍ତି ।
ଦିଲ୍ଲୀ ଏମସିଡି ନିର୍ବାଚନରେ ବିଜୟ ହାସଲ କରିବ ବିଜେପି

ଅର୍ଗସ ବ୍ୟୁରୋ : ଦିଲ୍ଲୀ ଏମସିଡି ନିର୍ବାଚନରେ ୨୫୦ ୱାର୍ଡରୁ ୧୭୦ରେ ବିଜୟ ହାସଲ କରିବ ବିଜେପି । ଦଳର ଆଭ୍ୟନ୍ତରୀଣ ସର୍ଭେରୁ ଜଣାପଡ଼ିଛି ଏହି ତଥ୍ୟ । ଦିଲ୍ଲୀ ବିଜେପି ମିଡିଆ ମୁଖ୍ୟ ହରୀଶ ଖୁରାନା ଏହା ଦାବି କରିଛନ୍ତି । ନଭେମ୍ୱର ୧୩ରୁ ୨୫ ମଧ୍ୟରେ ୪୩,୭୫୦ ମତଦାତାଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଏହି ତଥ୍ୟ ଜଣାପଡ଼ିଛି। ଦିଲ୍ଲୀ ନଗର ନିଗମର ୨୫୦ ୱାର୍ଡ ପାଇଁ ଡିସେମ୍ୱର ୪ରେ ମତଦାନ ହେବ । ସେପ୍ଟେମ୍ୱର ୭ରେ ପରିଣାମ ଘୋଷଣା କରାଯିବ ।
Download Argus News App
