ଏହି ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅର୍ଜୁନରାମ ମେଘଓ୍ବାଲ, ଭି ମୁରଲୀଧରନ ଏବଂ ସମସ୍ତ ବିରୋଧି ଦଳର ସାଂସଦମାନେ ଉପସ୍ଥିତ ରହିଥିଲେ । ବିରୋଧିଦଳର ସାଂସଦମାନେ ସରକାରଙ୍କ ନିକଟରେ ଯେଉଁ ଦାବି ଉପସ୍ଥାପିତ କରିଛନ୍ତି ସେସବୁ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ସରକାର ରାଜି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ

ଅର୍ଗସ ବ୍ୟୁରୋ : ଆଜି ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜି ପାର୍ଲିଆମେଣ୍ଟ୍ କମ୍ପ୍ଳେକ୍ସଠାରେ ଏକ ସର୍ବଦଳୀୟ ବୈଠକ ଡକା ଯାଇଥିଲା ।
Download Argus News App
