ଦିଲ୍ଲୀ ମେଟ୍ରୋ ସେବା ଆସନ୍ତାକାଲି ଦିନ ୨.୩୦ ରୁ ଆରମ୍ଭ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଆସନ୍ତାକାଲି ହୋଲି ପର୍ବ ଅବସରରେ ଦିଲ୍ଲୀ ମେଟ୍ରୋର ସମସ୍ତ ଲାଇନ, ରାପିଡ୍ ମେଟ୍ରୋ , ବିମାନବନ୍ଦର ଲାଇନ ସହିତ ମେଟ୍ରୋ ସେବା ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ।
ନୋଏଡା ମେଟ୍ରୋ ଅପରାହ୍ନ ୨ ଟା ପରେ ଚାଲିବ । ଦିଲ୍ଲୀ ମେଟ୍ରୋ ସହିତ ନୋଏଡା ମେଟ୍ରୋ ମଧ୍ୟ ହୋଲିରେ ସମୟ ପରିବର୍ତ୍ତନ ହୋଇଛି । ଏହା ସହିତ ସମସ୍ତ ମେଟ୍ରୋ ଷ୍ଟେସନରେ ପାର୍କିଂ ସେବା ମଧ୍ୟ ବନ୍ଦ ରହିବ । ଅପରାହ୍ନ ୨ ଟା ପରେ ମେଟ୍ରୋ ସେବା ସାଧାରଣ ଭାବରେ ଚାଲିବ । ଡିଟିସି ବସ୍ ମଧ୍ୟ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ।
ଦିଲ୍ଲୀ ପରିବହନ ନିଗମ (DTC) ର ସେବା ମଧ୍ୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ଡିଟିସି ପକ୍ଷରୁ କୁହାଯାଇଛି ଯେ ହୋଲିକୁ ଦୃଷ୍ଟିରେ ରଖି ସମସ୍ତ ସିଟି ବସ୍ ସେବା ଶୁକ୍ରବାର ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ। କେବଳ ୮୯୮ ଟି ବସ୍ ଚଳାଚଳ କରିବ।