ରକ୍ତକୁ ସଫା କରିବା ପାଇଁ ରାସାୟନିକ ବ୍ୟବହାର କରିବା ସହ ଗନ୍ଧରୁ ରକ୍ଷା ପାଇବା ପାଇଁ ୧୬ ଦିନ ଯାଏ ଅଗରବତି ଜାଳିଥିଲା। ସେହି ଘରେ ସେ ନୂଆ ଗାର୍ଲଫ୍ରେଣ୍ଡ ସହ ବି ବାସ କରିଥିଲା ଏବଂ ମୁକ୍ତ ଭାବରେ ଜାତୀୟ ରାଜଧାନୀରେ ମାସ ମାସ ଧରି ବୁଲାବୁଲି କରିଥିଲା। ଏଭଳି କାମରେ ଏହି ଅପରାଧୀମାନେ ପୂର୍ବରୁ ଅଭ୍ୟସ୍ତ ଥିବା ଜଣାପଡ଼ିଛି। ପୁଲିସର କହିବା ଅନୁସାରେ ଅଫତାବ ଆମେରିକୀୟ କ୍ରାଇମ୍ ସୋ ଡେକ୍ସଟର ଦ୍ବାରା ଅନୁପ୍ରାଣିତ ହୋଇଥିଲା।
ମାଂସକଟା ଛୁରିର ବ୍ୟବହାରରେ ସେ ଅଭ୍ୟସ୍ତ ଥିଲା କାରଣ ସେ ଥିଲା ଜଣେ ତାଲିମପ୍ରାପ୍ତ ରୋଷେଇଆ। ଛେଳି, କୁକୁଡ଼ା କାଟିବାର ଅଭ୍ୟାସ ଥିବାରୁ ମଣିଷକୁ କାଟିବା ବେଳେ ସେ କିଛି ଫରକ ଅନୁଭବ କରିପାରିନି। ଏହା ସପକ୍ଷରେ ତା’ର ବି ଏକ ଯୁକ୍ତି ଅଛି- ଶବକୁ ଛୋଟ ଛୋଟ ଖଣ୍ଡ କରି ନ ଥିଲେ ତାକୁ କେମିତି ଲୁଚେଇଥାନ୍ତା ବା ବାହାରେ ନେଇ ପକେଇଥାନ୍ତା? ଶବକୁ ଯେପରି କେହି ଚିହ୍ନି ନ ପାରିବେ ସେଥିପାଇଁ ତାକୁ ଛୋଟ ଛୋଟ ଖଣ୍ଡ କରି ଅଲଗା ଅଲଗା ଜାଗାରେ ପକେଇବାର ଆବଶ୍ୟକତା ବି ସେ ଅନୁଭବ କରିଥିଲା।