ନୂଆଦିଲ୍ଲୀ: ବିପଦପୂର୍ଣ୍ଣ ସ୍ଥିତିରେ ଦିଲ୍ଲୀ । ଦିଲ୍ଲୀ-ଏନସିଆର ଲଗାତାର ଭାବେ ଚତୁର୍ଥ ଦିନରେ ମଧ୍ୟ ପ୍ରଦୂଷଣର ଆସ୍ତରଣ ହୋଇ ରହିଛି । ଶହରରେ ଲାଗିଥିବା ପ୍ରଦୂଷଣ ମନିଟରଙ୍ଗି ଉପକରଣରୁ ଶୁକ୍ରବାର ସକାଳ ଯେଉଁ ରିପୋର୍ଟ ବାହାର କରାଗଲା ସେଥରୁ ଦିଲ୍ଲୀ ସମଗ୍ର ବାୟୁ ଗୁଣବତ୍ତା 729 ରେକର୍ଡ କରାଯାଇଛି ।
ଏହି ପରିସ୍ଥିତି ବିପଦପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି । ଯାହାକି ସାଧାରଣ ଲୋକଙ୍କ ପାଇଁ ବହୁତ ବିପଦ ଅଟେ । କେବଳ ଦିଲ୍ଲୀ ନୁହେଁ ନୋଏଡା, ଗୁରୁଗ୍ରାମ, ଗାଜିୟାବାଦ୍ ଏବଂ ଅନ୍ୟ ଆଖପାଖ ଅଞ୍ଚଳରେ ମଧ୍ୟ ସ୍ଥିତି ଗମ୍ଭୀର ବୋଲି ରେକର୍ଡ କରାଯାଇଛି ।
ସେହିପରି ଦିଲ୍ଲୀରେ ଅଡ ଇଭେନେ ନିୟମର ଆଜି ଶେଷ ଦିନ । ଯାହାକି ଦିଲ୍ଲୀ ସରକାରଙ୍କ ତରଫରୁ ଏହି ନିୟମକୁ ବଢାଇବା ପାଇଁ ଆଲୋଚନା କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏପରି କୌଣସି ନିର୍ଣ୍ଣୟ ନିଆ ଯାଇନାହିଁ । ଆଜି ଏହି ସମ୍ପର୍କ ଉପରେ ନିଷ୍ପତ୍ତି ଆସିବାର ସମ୍ଭାବନା ରହିଛି ।
