ଅର୍ଗସ ବ୍ୟୁରୋ : ଦିଲ୍ଲୀର ସଂସଦ ଭବନ ଏନେକ୍ସ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ 7ଟି ଅଗ୍ନି ନିର୍ବାପକ ଗାଡି ବା ଦମକଳ ପହଞ୍ଚି ନିଆଁ ଲିଭେଇବାକୁ ଚେଷ୍ଟା କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷତି ନହୋଇଥିବା ସୂଚନା ମିଳିଛି।
ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ବିଲ୍ଡିଂର ଷଷ୍ଠ ମହଲାରେ ନିଆଁ ଲାଗିଛି। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କୁହାଯାଉଛି। ବର୍ତ୍ତମାନ 7ଟି ଅଗ୍ନି ନିର୍ବାପକ ଗାଡି ବା ଦମକଳ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ଅର୍ଗସ ବ୍ୟୁରୋ: ବଦଳିବ ବ୍ରହ୍ମପୁର କୋର୍ଟ କ୍ୟାମ୍ପସ ର ରୁପରେଖ।ମାଟିରେ ମିଶିଵ ବ୍ରିଟିସ୍ ଅମଳର କୋଠା।ଗଞ୍ଜାମ ବାର ଏସୋସିଏସନ ର ଇତିହାସ କୁହାଯାଉଥିବା ସର୍ଵପୂରାତନ କୋଠା ମାଟିରେ ମିଶିଯିବ। ଯାହାକୁ ନେଇ ଆରମ୍ଭ ହୋଇଛି ସମସ୍ତ ଯୋଜନା।ବ୍ରିଟିଶ ଅମଳର ଐତିହ୍ୟ ମାଟିରେ ମିଶିଯିବା କୁ ଗଞ୍ଜାମ ବାରରେ ଥିବା କିଛି ବରିଷ୍ଠ ଆଇନଜୀବୀଙ୍କ ମନରେ ଟିକେ କ୍ଷୋଭ ରହିଥିବା ଜଣାପଡିଛି। କିନ୍ତୁ କୋର୍ଟ ପରିସରରେ ସ୍ଥାନ ଅଭାବ ହେଉ ଅବା ଓକିଲଙ୍କ ସଂଖ୍ୟା ବୃଦ୍ଧି କିମ୍ବା ବାର ଆସୋସିଏସନ ର ସଂପ୍ରସାରଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ଏନେଇ ଗଞ୍ଜାମ ବାର ଅଶୋସିଏସନ ଏବଂ ଜିଲ୍ଲା ଦୌରା ଜଜ୍ ଙ୍କ ତରଫରୁ ଦୁଇଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।
ବୈଠକରେ କୋର୍ଟ ବିଲ୍ଡିଂ ର ନବୀକରଣ ଏବଂ ସଂପ୍ରସାରଣ ପାଇଁ ଆଲୋଚନା ହୋଇଛି।ପରେ ହାଇକୋର୍ଟଙ୍କ ପକ୍ଷରୁ ଗଞ୍ଜାମ ଓକିଲ ସଂଘକୁ ଆସିଥିବା ପ୍ରସ୍ତାବରେ 1968ମସିହାରେ ନିର୍ମାଣ ହୋଇଥିବା ଗଞ୍ଜାମ ଓକିଲ ସଂଘର କାର୍ଯ୍ୟଳୟ କୋଠା ସମେତ 1940ମସିହାରେ ପ୍ରତିଷ୍ଠା ହୋଇଥିବା ପୁରାତନ ଲାଇବ୍ରେରି କୋଠାକୁ ଭଙ୍ଗାଯିବ।ନୂତନ କୋଠା ନିର୍ମାଣ ପର୍ଯ୍ୟନ୍ତ ଲାଇବ୍ରେରୀ ଏବଂ ଓକିଲ ସଂଘର କାର୍ଯ୍ୟଳୟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ।ବର୍ତ୍ତମାନ ଥିବା ଲାଇବ୍ରେରୀ ସହ ଓକିଲ ସଂଘର କାର୍ଯ୍ୟଳୟ ସମେତ ପୁରୁଣା SDJMକୋର୍ଟ ମଧ୍ୟରେ ଥିବା ସଂଲଗ୍ନ ହତା ଅଞ୍ଚଳରେ ନୂତନ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କରାଯିବ।ଏଥିପାଇଁ ଗଞ୍ଜାମ ବାର ଆସୋସିଏସନ ର ସମସ୍ତ ସଦସ୍ୟଙ୍କ ସହମତି ଥିଲେ ମଧ୍ୟ ପୁରୁଣା SDJM କୋର୍ଟ ବ୍ରିଟିଶ ଅମଳ ର ହୋଇଥିବା ଯୋଗୁଁ ଇତିହାସକୁ ମାଟିରେ ମିଶିଯିବା କୁ ନେଇ କିଛି ଆଇନଜୀବୀ ଙ୍କ ମନରେ ଦୁଃଖ ଥିବା ସହିତ କେବଳ ପୁରୁଣା SDJM କୋର୍ଟକୁ ଇତିହାସର ମିଉଜିୟମ ରଖି ବାକି ସ୍ଥାନରେ ଅତ୍ୟାଧୁନିକ କୋଠା କରିଥିଲେ ଭଲ ହୁଅନ୍ତା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ସେପଟେ ଯୋଜନା ମୁତାବକ 10ହଜାର ବର୍ଗଫୁଟ ପରମିତ ଜାଗାରେ 4ମହଲା କୋଠା ବିଶିଷ୍ଟ ପାଇଁ 20କୋଟି ଟଙ୍କା ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି।ଏଥିରେ ଭୂତଳ ପାର୍କିଂ,ଲାଇବ୍ରେରୀ,ଓକିଲ ସଂଘର କାର୍ଯ୍ୟଳୟ,ଦୁଇଟି ଅତ୍ୟାଧୁନିକ କଂଫେରେନ୍ସ ହଲ ସହିତ ଲିଫ୍ଟ ନିର୍ମାଣ କରାଯିବ।ଏହାସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ କମ୍ପ୍ଲେକ୍ସ କୋଠାରେ ସହରର ବିଭିନ୍ନ ସ୍ଥାନରେ ଥିବା କୋର୍ଟ ଯଥା ଦେଵତର କମିଶନରଙ୍କ କାର୍ଯ୍ୟଳୟ,ଏମଏସଟି କୋର୍ଟ,ଖାଉଟି ବିବାଦ ମିମାଂସା ଅଦାଲତ ଭଳି ମୋଟ 35ଟି କୋର୍ଟ ରହିବାର ଯୋଜନା ରହିଛି।ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ କରାଯାଇ ଯୁଦ୍ଧକାଳୀନ ଭିତିରେ କାମ ସରାଯିବ ବୋଲି ଲକ୍ଷ ରଖାଯାଇଛି।ତେବେ ଗଞ୍ଜାମ ବାର ଆସୋସିଏସନ ରେ ଥିବା ପୁରାତନ କୋଠା ଇତିହାସ ପାଲଟିଯିବ ଏବଂ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: IT ରେଡରେ ସିବିଆଇ ତଦନ୍ତ ଦାବି କଲା ରାଜ୍ୟ ବିଜେପି । ଆନୁମାନିକ ଭାବେ ୫ ସହ ରୁ ଅଧିକ କଳାଟଙ୍କା ଜବତ ହେଲାଣି । ଯାହାକି ଓଡ଼ିଶା ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେନ୍ଦ୍ରକୁ ସିବିଆଇ ତଦନ୍ତ ପାଇଁ ଚିଠି ଲେଖାନ୍ତୁ ମୁଖ୍ୟମନ୍ତ୍ରୀ । ଏହାସହ ତାଙ୍କ ଗୋଇନ୍ଦା ସଂସ୍ଥା ତଥା ଗୃହ ବିଭାଗ ଫେଲ ମାରିଛି ବୋଲି ସ୍ବୀକାର କରନ୍ତୁ । ଯଦି କୌଣସି ବିଜେପି ନେତାଙ୍କ ସଂପୃକ୍ତି ଅଛି ବୋଲି ବିଜେଡି କହୁଛି ତେବେ ରାଜ୍ୟ ସରକାରଙ୍କ ସମସ୍ତ ଗୁଇନ୍ଦା ସଂସ୍ଥା ମିଶି ଏହାକୁ ପ୍ରମାଣିତ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଏହି କଳା ସାମ୍ରାଜ୍ୟ ବିଷୟରେ କେନ୍ଦ୍ର ସରକାର ଜାଣିଛନ୍ତି ହେଲେ ରାଜ୍ୟ ସରକାର ଏହା ବିଷୟରେ ଜାଣିନାହାନ୍ତି ।
ଏହା କିପରି ସମ୍ଭବ ? ଓଡ଼ିଶାର ଗୁଇନ୍ଦା ସଂସ୍ଥା ବା ଗୃହ ବିଭାଗ ଆଉ EOW ପାଖକୁ ଏ ବିଷୟରେ ଖବର ଆସିଲେନି କେମିତି ? ଏହି କଳା ସାମ୍ରାଜ୍ୟ ଓଡ଼ିଶା ସରକାରଙ୍କ ସହାୟତାରେ ଚାଲିଥିଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବଦ୍ରଷ୍ଟା ସାଜିଛନ୍ତି , ନବୀନ ପଟ୍ଟନାୟକ ଏହାକୁ ନେଇ କୌଣସି ସ୍ପଷ୍ଟତା ଆଣିନାହାନ୍ତି କାହିଁକି ? ଏତେ ଟଙ୍କା ଗୋଟେ ଜାଗାରୁ ବାହାରିବା ରାଜ୍ୟ ପାଇଁ ଲଜ୍ୟାର ବିଷୟ । ବାର୍ଷିକ ୧୨୦ କୋଟି ଟଙ୍କା ର ବ୍ୟବସାୟ କରୁଥିବା କମ୍ପାନୀରୁ ୫୦୦ କୋଟି ବାହାରିବ କେମିତି ? ଓଡ଼ିଶା ଓ ଝାଡ଼ଖଣ୍ଡ ସେମାନଙ୍କ ପାଇଁ ସୁରକ୍ଷିତ ଜାଗା ଥିଲା । ସାହୁ ବ୍ରଦର୍ଶ ଆଣ୍ଡ କମ୍ପାନୀ ରେ ରାଜ୍ୟସରକାର ଙ୍କ କଣ ଲିଙ୍କ ରହିଛି ? ରାଜ୍ୟ ସରକାର ମଦ ସାମ୍ରାଜ୍ୟ ଠାରୁ ପଇସା ନାଉଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବହୁ ମନ୍ତ୍ରୀ ଏବେ ବିବାଦ ଘେରରେ । ସରକାରୀ ଦଳର ଛତ୍ରଛାୟା ତଳେ ଏହି ସାମ୍ରାଜ୍ୟ ସୁରକ୍ଷିତ ରହିଥିଲା । ଏହାକୁ ନେଇ କେନ୍ଦ୍ର କୌଣସି ପ୍ରକାରର ସାଲିସ କରିବନି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରାଜ୍ୟରେ କ୍ରମାଗତ ଭାବେ କମିଚାଲିଛି ମହିଳାଙ୍କ ସଂଖ୍ୟା। ପୁରୁଷଙ୍କ ତୁଳନାରେ କମୁଛି ମହିଳାଙ୍କ ଅନୁପାତ । ଏବେ ଓଡ଼ିଶାରେ ପ୍ରତି ଏକ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ମାତ୍ର ୯୨୫ । ସବୁଠୁ ବଡ଼ କଥା ହେଲା ଗତ ୪ ବର୍ଷ ହେଲା ଲଗାତାର ଏହି ସଂଖ୍ୟା କମିଚାଲିଛି। ଲିଙ୍ଗ ଅନୁପାତ ଦେଖିଲେ ପୁରୁଷଙ୍କ ତୁଳନାରେ ହରିୟାଣାରେ ମହିଳାଙ୍କ ସଂଖ୍ୟା ସବୁଠାରୁ କମ୍। କିନ୍ତୁ ସେ ରାଜ୍ୟରେ ଏବେ ମହିଳାଙ୍କ ସଂଖ୍ୟା ବଢୁଛି । ଅତ୍ୟନ୍ତ ଉଦବେଗଜନକ ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କହିଛି ବିଜେଡି ଶାସନରେ ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି।
ରାଜ୍ୟରେ ମହିଳା ହିଂସା ଏବଂ ମହିଳା ବିରୋଧୀ ଅପରାଧ ଆଶାତୀତ ଭାବେ ବଢିଛି । ଏନ୍ସିଆର୍ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବଢ଼ି ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ଜନସଂଖ୍ୟା ଦୃଷ୍ଟିରୁ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ୧ନଂ ରାଜ୍ୟ । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୬୧୩% ବଢ଼ିଛି। ଏହି ସଂଖ୍ୟା ୨୦୨୨ରେ ୩୧୭ ଥିବାବେଳେ ୨୦୨୩ରେ ୨୬୯୧ ଛୁଇଁଛି । ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮% । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଲା କନ୍ୟା ଭ୍ରୁଣ ହତ୍ୟାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଇ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି।
ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ସଚେତନତା ଅଭାବରୁ ରାଜ୍ୟରେ ମହିଳାଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର