ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚଢଉ କରି ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେମାନଙ୍କ ନିକଟରୁ ଆଇଇଡି ମଧ୍ୟ ଜବତ କରାଯାଇଛି। ପାର୍ବଣ ସମୟରେ ବିସ୍ଫୋରଣ କରିବା ଏହି ଆତଙ୍କବାଦୀ ମାନଙ୍କର ଉଦେଶ୍ୟ ଥିଲା।
ଦିଲ୍ଲୀ ପୋଲିସର ସ୍ପେଶାଲ ସେର ସ୍ପେଶାଲ ସିପି ନୀରଜ ଠାକୁର କହିଛନ୍ତି, ଏହି ଆତଙ୍କୀ ମଡ୍ୟୁଲର ଲିଙ୍କ ଡି କମ୍ପାନୀ ସହ ରହିଛି। ଏହି ଗ୍ରୁପରେ ୧୪ରୁ ୧୫ ଜଣ ସାମିଲ ରହିଥିବା ଅନୁମାନ କରାଯାଉଛି। ଏହାସହ ସୀମା ଆରପଡୁ ଏହାକୁ ପରିଚାଳନା କରାଯାଉଥିବା ଜଣାପଡିଛି । ଦୁଇଟି ଟିମରେ ଏମାନଙ୍କୁ ପରିଚାଳନା କରାଯାଇଥିଲା। ଗୋଟିଏ ଟିମକୁ ଦାଉଦ ଇବ୍ରାହିମର ଭାଇ ଅନୀଷ ଇବ୍ରାହିମ କୋର୍ଡିନେଟ କରୁଥିବା ଜଣାପଡିଛି। ତେବେ ଏହି ଆତଙ୍କବାଦୀମାନଙ୍କୁ ଗିରଫ କରିବା ପାଇଁ ମଲ୍ଟି ଷ୍ଟେଟ ଅପରେସନ କରାଯାଇଥିବା ଜଣାପଡିଛି।