ଯେଉଁଠି ଏ ବ୍ୟକ୍ତି ଜଣଙ୍କ ହେଲେମେଟ୍ ପିନ୍ଧିଛନ୍ତି ବୋଲି ବଞ୍ଚିଯାଉଛନ୍ତି । ହଠାତ୍ କାର୍ ଧକ୍କାରେ ବାଇକ ଆରୋହୀ ଜଣଙ୍କ ଓଲଟି ପଡୁଛନ୍ତି । କେବଳ ହେଲେମେଟ୍ ପିନ୍ଧିଛନ୍ତି ବୋଲି ସେ ବଞ୍ଚିଯାଇଛନ୍ତି । ସେ ତଳେ ପଡି..ଉଠି ଠିଆ ହେଉଛନ୍ତି । ଠିକ୍ ସେତିକି ବେଳକୁ ଡିଭାଇଡରରେ ଥିବା ଖୁଣ୍ଟିଟି ପଡୁଛି । ତାହା ବି ତାଙ୍କ ମୁଣ୍ଡ ଉପରେ । ତଥାପି ବି ସେ ବଞ୍ଚିଯାଉଛନ୍ତି ।
କେବଳ ହେଲମେଟ୍ ପାଇଁ..ଉପରୱାଲା ପାଇଁ ...ଏମିତି କିଛି ମଜାଳିଆ ଲେଖି ଲୋକଙ୍କୁ ହେଲମେଟ ପିନ୍ଧିବାକୁ ସଚେତନ କରିଛି ଦିଲ୍ଲୀ ପୋଲିସ ।
ହେଲେମେଟ୍ ପିନ୍ଧିଥିଲେ ଥରେ, ଦୁଇ ଥର, ତିନି ଥର, କିମ୍ବା ବାରମ୍ବାର ଆପଣଙ୍କ ଜୀବନ ବଞ୍ଚିଯିବ । ସେଥିପାଇଁ ହେଲମେଟ୍ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ । ଟ୍ୱିଟ୍ କରି ସଚେତନ କରିଛି ଦିଲ୍ଲୀ ପୋଲିସ ।
ଓଡିଶା ପୋଲିସ ମଧ୍ୟ ବାରମ୍ବାର ହେଲମେଟ୍ ପିନ୍ଦିବା ଏପରି ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଥାଏ । କିନ୍ତୁ ଏପରି ଦେଖାଯାଏ ବାରମ୍ବାର ଲୋକେ ଫାଇନ ଦେବାକୁ ପ୍ରସ୍ତୁତ କିନ୍ତୁ ହେଲମେଟ୍ ପିନ୍ଧିବାକୁ ନୁହେଁ ।
ଏବେ ବାଇକ ଚଲାଇବା ଏକ ଫ୍ୟାସନ୍ରେ ପରିଣତ ହୋଇଯାଇଛି । ଯୁବଗୋଷ୍ଠୀ ଦାମୀ ଓ ସ୍ପିଡ୍ ବାଇକ ଚଲାଇବାକୁ ପସନ୍ଦ କରୁଛନ୍ତି । ଦ୍ରୁତ ଗତିରେ ବାଇକ ଚଲାଇବା ବେଳେ ଅନେକ ଲୋକ ବହୁତ ଅସାବଧାନ ରହୁଛନ୍ତି । ଫଳରେ ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ମଧ୍ୟ ସମସ୍ୟାରେ ପଡୁଛନ୍ତି । ଦୁର୍ଘଟଣା ଘଟି ଧନଜୀବନ ମଧ୍ୟ ହାନି ଘଟୁଛି। ବାଇକ୍ ଚଲାଇବା ବେଳେ କିଛି ଛୋଟ କଥାକୁ ଧ୍ୟାନ ଦେଲେ ଏସବୁ ସମସ୍ୟାରୁ ବର୍ତ୍ତି ପାରିବା ।
ଯେମିତିକି ବାଇକ୍ ଚଲାଉଥିବା ବ୍ୟକ୍ତି ପ୍ରଥମେ ଟ୍ରାଫିକ୍ ନିୟମ ପାଳନ କରିବା ନିହାତି ଜରୁରୀ । ଯଦି ଆପଣ ଟ୍ରାଫିକ୍ ନିୟମ ପାଳନ କରୁଛନ୍ତି ସୁରକ୍ଷିତ ରହିପାରିବେ । ବାଇକ୍ ଚଲାଇବା ସମୟରେ ସବୁବେଳେ ହେଲମେଟ୍ ପିନ୍ଧନ୍ତୁ । ଯଦି କୌଣସି ଦୁର୍ଘଟଣା ଘଟିଲା ହେଲମେଟ୍ ଆପଣଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିବାରୁ ରକ୍ଷା କରିବ। ଏହାସହିତ ସବୁବେଳେ ରାସ୍ତାରେ ସଠିକ୍ ଦିଗରେ ଗାଡି ଚଲାନ୍ତୁ । ରାସ୍ତା ପରିବର୍ତ୍ତନ କିମ୍ୱା ଟନିଂ କରିବା ସମୟରେ ଇଣ୍ଡିକେଟର ବ୍ୟବହାର କରନ୍ତୁ।
ଭାରତ ଖବର ଆହୁରି ପଢ଼ନ୍ତୁ ।