ବିଭିନ୍ନ ପ୍ରଲୋଭନ ଓ କଳା ଯାଦୁ ଦେଖାଇ ଲୋକଙ୍କ ଧର୍ମାନ୍ତକରଣ କରାଯାଉଥିବା ସେ କହିଛନ୍ତି । ତେଣୁ ଏନେଇ କଠୋର ଆଇନ ଆଣିବାକୁ ସେ ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି । ଦିଲ୍ଲୀରେ ଧର୍ମାନ୍ତିକରଣ ଅପରାଧ ନଥିବା ବେଳେ ଦେଶର ରାଜଧାନୀରେ ଏହା ବଢ଼ିବାରେ ଲାଗିଛି । ଆସନ୍ତା ସୋମବାର ମାମଲାର ପୁନଶ୍ଚ ଶୁଣାଣି କରିବେ ସୁପ୍ରମିକୋର୍ଟ ।
ଧର୍ମାନ୍ତିକରଣକୁ ନେଇ ସୁପ୍ରିମକୋଟରେ ପିଆଇଏଲ ଫାଇଲ କରିଛନ୍ତି ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ

ଅର୍ଗସ ବ୍ୟୁରୋ : ଦେଶରେ ଧର୍ମାନ୍ତିକରଣ ନେଇ ସୁପ୍ରିମକୋଟରେ ପିଆଇଏଲ ଫାଇଲ କରିଛନ୍ତି ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ । ଦେଶରେ ଧର୍ମାନ୍ତିକରଣ ଯୋଗୁଁ ୯ଟି ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ହୋଇଥିବା ସେ ପିଆଇଏଲରେ ଦର୍ଶାଇଛନ୍ତି । ପ୍ରଥମେ କେରଳ ଓ ତାମିଲନାଡୁରୁ ଧର୍ମାନ୍ତିକରଣ ପ୍ରକ୍ରିୟା ଆରମ୍ଭ ହୋଇ ଏବେ ପଞ୍ଜାବ ଯାଏ ପହଞ୍ଚିଥିବା ସେ କହିଛନ୍ତି ।
Download Argus News App
