ତେବେ ଏହାର କାରଣ ସିଧାସଳଖ ମସ୍ତିଷ୍କ ଓ ସ୍ୱାଦର ସମ୍ପର୍କ ସହିତ ରହିଛି। ଏହାକୁ ନେଇ କରାଯାଇଥିବା ଏକ ଗବେଷଣା ରୁ ଜଣାପଡିଥିଲା ଯେ, ମିଠା ଖାଇବା ଦ୍ୱାରା ମସ୍ତିଷ୍କ ଶାନ୍ତି ଓ ଖୁସି ଅନୁଭୂତ ହୋଇଥାଏ। ଏବଂ ଏହା କେବଳ ସମ୍ଭବ ହୋଇଥାଏ ନ୍ୟୁରୋଟ୍ରାନ୍ସମିଟର୍ ଡୋପାମାଇନ୍ର କ୍ଷରଣ ଯୋଗୁ। ଯେତେବେଳେ ଆମେ ମିଠା ଖାଉ ଜିଭରେ ଥିବା ସ୍ୱାଦ ଆହରଣକାରୀ କୋଷକୁଡିକ ସକ୍ରିୟ ହୋଇଯାଅନ୍ତି।
ଏହାଯୋଗୁଁ ମସ୍ତିଷ୍କରେ ଡୋପାମାଇନ୍ର କ୍ଷରଣ ଅଧିକ ହୁଏ। ତେବେ ଡୋପାମାଇନ୍ ହର୍ମୋନର ମୁଖ୍ୟ କାର୍ଯ୍ୟ ହେଲା ଖୁସିର ଅନୁଭବ କରାଇବା। ତେଣୁ ଡୋପାମାଇନ୍ ସ୍ତରର କ୍ଷରଣ ହେଲେ ଖୁସି ଲାଗିଥାଏ। ଅବସାଦ, କ୍ରୋଧ, ଚିନ୍ତା ଓ ଦୁଃଖ ସମୟରେ ଶରୀରରୁ ଏଣ୍ଡ୍ରେନାଲାଇଜ୍ ଓ କାର୍ଟିସୋଲ ଷ୍ଟ୍ରେସ୍ ହରମୋନ୍ ରିଲିଜ୍ ହୋଇଥାଏ।
ଏହି ହରମୋନ୍ ହୃଦୟର ଗତି ଓ ରକ୍ତଚାପ ବୃଦ୍ଧି ସହିତ ମେଟାବୋଲିଜିୟମ ସ୍ତରକୁ ପ୍ରଭାବିତ କରେ। ଏହାଦ୍ୱାରା ଜଣେ ବ୍ୟକ୍ତିକୁ ଦୁର୍ବଳତା , ଥକ୍କାପଣ ଓ ଉଦାସର ଅନୁଭବ ହୋଇଥାଏ। ଏହାକୁ ଦୂର କରିବା ପାଇଁ କାର୍ବୋହାଇଡ୍ରେଡ୍ ଯୁକ୍ତ ଖାଦ୍ୟର ଆବଶ୍ୟକତା ପଡେ।
ତେବେ କ୍ରୋଧ ବା ଅବସାଦର ସ୍ଥିତିରେ ଏହି ପ୍ରକ୍ରିୟା ବାରମ୍ବାର ହେଲେ ମଧୁମେହ ହେବାର ଅଶଙ୍କା ବୃଦ୍ଧି ପାଏ। ଏହାର କାରଣ ହେଉଛି ମସ୍ତିଷ୍କର କୋଷଗୁଡିକ ରକ୍ତରେ ଥିବା ଗ୍ଲୁକୋଜ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଶରୀରର ପ୍ରତ୍ୟେକ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ସଞ୍ଚାଳିତ ହୋଇଥାଏ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମସ୍ତିଷ୍କ ସୁସ୍ଥ ରହିଲେ ଶାରୀରିକ ସୁସ୍ଥତା ଆସିଥାଏ।
ସ୍ଵାସ୍ଥ୍ୟ ଖବର ଆହୁରି ପଢ଼ନ୍ତୁ ।