କୋରନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାର ଆବଶ୍ୟକତା ରହିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟ ମେଡିକାଲ ସପ୍ଲାଏ ଚେନ୍ ଉପରେ ପ୍ରଭାବ ପକାଇଛି । ହି ସମୟରେ ଆମକୁ ଅଧିକ ପ୍ରୟାସ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କିଛି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତୃତୀୟ ଲହର ବେଳେ ଦୈନିକ 3 ଲକ୍ଷ କେସ୍ ଆମେ ଦେଖିଛୁ । ସେତେବଳେ ସବୁ ରାଜ୍ୟ ଏହାର ସଫଳତାର ସହ ମୁକାବିଲା କଲେ । କରୋନା ବିରୋଧରେ ଲଢେଇ ଲଢି ଚାଲିବା, ରାସ୍ତା ବାହାର କରିବା । ଭାରତ ଅତି ଦୃଢତାର ସହ ଲଢେଇ କରିଛି । କେନ୍ଦ୍ର-ରାଜ୍ୟ ମିଳିତ ଭାବରେ ଲଢିଛନ୍ତି, ଆଗକୁ ମଧ୍ୟ ଲଢିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହାସହ ତେଲ ରୁ ଭାଟ୍ ହ୍ରାସ କରିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ । କିଛି ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ । ଭାଟ୍ କାଟି ଥିବା ଓ ଭାଟ୍ କାଟି ନଥିବା କିଛି ରାଜ୍ୟର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ । ତେଣୁ ତେଲ ଉପରୁ ଟିକସ କମାଇ ନିଜ ରାଜ୍ୟବାସୀଙ୍କୁ ସୁବିଧା ଦୋବାକୁ କହିଲେ ପ୍ରଧାନମନ୍ତ୍ରୀ ।
ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ତାଙ୍କ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ।